ନୂଆଦିଲ୍ଲୀ : କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀଙ୍କ ସମେତ ୨ ଜଣଙ୍କୁ ଗଣଦୁଷ୍କର୍ମ । ଅଳ୍ପକେ ବର୍ତ୍ତିଲେ ଜଣେ ଆମେରିକୀୟ ନାଗରିକ ଓ ମରାଠୀ ଯୁବକ । ଦୁଷ୍କର୍ମକାରୀ ଠେଲି ଦେବାରୁ କେନାଲରେ ପଡି ଓଡିଆ ଯୁବକ ମୃତ । ମୃତ ଓଡିଆ ଯୁବକଙ୍କ ନାଁ ବିବାସ ହୋଇଥିବା ସୂଚନା । ଗତ ରାତିରେ ବେଙ୍ଗଳୁରୁରୁ ପ୍ରାୟ ୩୦୦ କିମି ଦୂରରେ କୋପ୍ପାଲରେ ଘଟିଛି ଜଘନ୍ୟକାଣ୍ଡ। ଜଣେ ଇସ୍ରାଏଲୀ ମହିଳା ପର୍ୟ୍ୟଟକଙ୍କ ସମେତ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କୋପାଲର ଏକ କେନାଲ ନିକଟରେ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ଗଣଦୁଷ୍କର୍ମ ପୂର୍ବରୁ ସେହି ମହିଳାଙ୍କ ସହିତ ଥିବା ଅନ୍ୟ ୩ ଜଣଙ୍କୁ କେନାଲକୁ ଠେଲି ଦେଇଥିଲେ ଦୁର୍ବୃତ୍ତ। ଦୁଇ ଜଣ ପହଁରି କୂଳକୁ ଆସିଥିବା ବେଳେ ଓଡି଼ଆ ପର୍ୟ୍ୟଟକ ବିଭାସଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ କେନାଲରୁ ମିଳିଛି ତାଙ୍କ ମୃତଦେହ। ଅନ୍ୟ ଦୁଇ ପର୍ୟ୍ୟଟକ ହେଲେ ଆମେରିକାର ଡାନିଏଲ ଏବଂ ମହାରାଷ୍ଟ୍ରର ଜଣେ ପର୍ୟ୍ୟଟକ। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ବୋଲି କହିଛନ୍ତି କୋପାଲର ଏସପି ରାମ ଏଲ. ଆରାସିଦ୍ଦି। ସୂଚନା ଅନୁସାରେ ୨ ମହିଳା ଓ ୩ ପର୍ୟ୍ୟଟକ ତୁଙ୍ଗଭଦ୍ରା ବାମ କେନାଲ ପରିଦର୍ଶନ କରି ଫେରିବା ବେଳେ ଦୁର୍ବୃତ୍ତମାନେ ଅମାନବୀୟ କାଣ୍ଡ ଭିଆଇଥିଲେ। ୩ ଅଭିଯୁକ୍ତ ଏକ ବାଇକରେ ଆସି ପେଟ୍ରୋଲ କେଉଁଠି ମିଳିବ ବୋଲି ପଚାରିବା ସହ ଇସ୍ରାଏଲୀ ପର୍ୟ୍ୟଟଙ୍କୁ ୧୦୦ ଟଙ୍କା ମାଗିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ହୋଇଥିଲା। ପରେ ୩ ଜଣ ଦୁର୍ବୃତ୍ତ ପୁରୁଷ ପର୍ୟ୍ୟଟକଙ୍କୁ କେନାଲକୁ ଠେଲି ଦେବା ପରେ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ମଧ୍ୟରେ ଅଛନ୍ତି ଇସ୍ରାଏଲର ଜଣେ ପର୍ୟ୍ୟଟକ ଓ ପର୍ୟ୍ୟଟକମାନେ ରହୁଥିବା ହୋଟେଲର ମାଲିକାଣୀ।
କର୍ଣ୍ଣାଟକ ଲଜ୍ଜା ; ଓଡିଆ ଯୁବକଙ୍କ ଚାଲିଗଲା ଜୀବନ, ୨ ଜଣଙ୍କୁ ଗଣଦୁଷ୍କର୍ମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











