କେନ୍ଦୁଝର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ । ଚମ୍ପୁଆ ରେଞ୍ଜ କାଳିକା ପ୍ରସାଦ ରିଜର୍ଭ ଜଙ୍ଗଲରେ ଅଘଟଣ । ହାତୀର ବୟସ ୧୨ ବର୍ଷ ହୋଇଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରେ ପହଁଚିଛି ବନ ବିଭାଗ ।
ଅନ୍ୟପଟେ ଆଜି ହାତୀ ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଯାଇଛି । ଧାନ ବିଲରେ ୨ ଜଣଙ୍କୁ ଦଳି ମାରିଲା ହାତୀ । ଟାଙ୍ଗି ବ୍ଲକ ପାରିଓରଡ ପଞ୍ଚାୟତ ଜରିଟାପୁର ୨ ଜଣଙ୍କୁ ମାରିଦେଲା । ପାଚିଲା ଧାନକୁ ଜଗିଥିବା ବେଳେ ହାତୀ ଆକ୍ରମଣ କଲା । ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବିଲକୁ ଯାଉଥିବା ବେଳେ ହାତୀ ଦଳି ଦେଇଥିବା ସୂଚନା ମିଳିଛି ।
Views: 84











