The Ultimate Managed Hosting Platform
ADVERTISEMENT

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ବାଲେଶ୍ୱର : ଦୁର୍ଘଟଣା ସ୍ଥଳରେ ଚାଲିଛି ଜୋରସୋରରେ ଉଦ୍ଧାର କାର୍ଯ୍ୟ । ଟ୍ରେନର ବଗିରୁ ଲୋକଙ୍କୁ ଉଦ୍ଧାର କରିବା , ସେମାନଙ୍କୁ ହସ୍ପିଟାଲରେ ନେଇ ଭର୍ତ୍ତି କରିବାରେ ପ୍ରଶାସନ ସହ ସ୍ଥାନୀୟ ଲୋକଙ୍କର ରହିଛି ଯଥେଷ୍ଟ ଭୂମିକା । ତେଣୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ଅନୁଧ୍ୟାନ କଲେ । ଟ୍ରେନ୍ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ରେଳ ଦୁର୍ଘଟଣା । ଦୁର୍ଘଟଣା ବିଷୟରେ ଜାଣି ମୁଁ ମର୍ମାହତ । ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଏହାପରେ ବାଲେଶ୍ବର ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା କିପରି ଚାଲିଛି ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଚିକିତ୍ସାରେ ଯେମିତି କୌଣସି ଅଭାବ ନହୁଏ ସେନେଇ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଡାକ୍ତରୀ ଟିମ୍ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।
ଯେଉଁମାନେ ଲୋକଙ୍କୁ ରକ୍ଷା କରିବା ପାଇଁ ରାତାରାତି କାର୍ୟ୍ୟ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ରେଳ ସୁରକ୍ଷାକୁ ସର୍ବଦା ପ୍ରଥମ ଗୁରୁତ୍ବ ଦିଆଯିବା ଉଚିତ୍ । ପୀଡ଼ିତ ଲୋକଙ୍କୁ ବାଲେଶ୍ବର ଏବଂ କଟକ ବଡ଼ ଡାକ୍ତରଖାନାକୁ ନେବାକୁ ପଡ଼ିବ ଯାହା ଦ୍ବାରା ସେମାନେ ଯଥାଶୀଘ୍ର ସୁସ୍ଥ ହୋଇଯିବେ ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି। ଏହାଛଡ଼ା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login