The Ultimate Managed Hosting Platform
ADVERTISEMENT

କପିଲଙ୍କୁ ମହଙ୍ଗା ପଡିଲା ଟ୍ୱିଟ୍ କରିବା , ବିବାଦ ବଢିବାରୁ ଚାଲିଯାଇଥିଲେ ମାଳଦ୍ୱୀପ

Facebook
Twitter
LinkedIn

ନୂଆଦିଲ୍ଲୀ : କପିଲ ଶର୍ମା ଏବେ ନେଟଫ୍ଲିକ୍ସରେ । ଟିଭିରେ ରାଜ କରୁଥିବା କପିଲ ଶର୍ମା ଟିଭି ପରେ ଏବେ ନେଟଫ୍ଲିକ୍ସକୁ ଆସିଛନ୍ତି । ବୁଧବାର ଘୋଷଣା କରିଛନ୍ତି ଯେ ସେ‘ଆଇ ଆମ୍ ନଟ୍ ଡନ୍ ୟେଟ୍ ‘ ନାମକ ପ୍ରଥମ ଷ୍ଟାଣ୍ଡ ଅପ୍ ଶୋ’ କରିବାକୁ ଯାଉଛନ୍ତି । କପିଲ ଏହି ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କହିଛନ୍ତି, ମୁଁ ଦୀର୍ଘ ୧୫ ବର୍ଷ ଧରି ଟିଭିରେ କାମ କରି ଆସୁଛି । ଆମେ ପଞ୍ଜାବୀମାନେ ସର୍ବଦା ଥଟ୍ଟା ମଜା କରୁଥିବାରୁ ମୁଁ କମେଡିକୁ ଗମ୍ଭୀରତା ସହ ନେଇ ନଥିଲି । ଏହା ପରେ ସେ ଆଉ ଏକ ପୋଷ୍ଟ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଲୋକ ପ୍ରିୟ ଟ୍ୱିଟ୍ ବିଷୟରେ କହିଛନ୍ତି । ବିବାଦ ବଢିବାରୁ ମୁଁ ତୁରନ୍ତ ମାଲଦ୍ୱୀପକୁ ଚାଲିଯାଇଥିଲି ଏବଂ ସେଠାରେ ୯ ଦିନ ରହିଲି । ମୁଁ ସେଠାରେ ପଂହଚିବା ମାତ୍ରେ ପଚାରିଥିଲି ମୁଁ ଏପରି ଏକ କୋଠରୀ ଚାହୁଁଚି ଯେଉଁଠାରେ ଇଣ୍ଟରନେଟ୍ ନାହିଁ । ସେ ମତେ ପଚାରିଲେ ତୁମର ବିବାହ ହୋଇଛି କି? ମୁଁ କହିଲି ନାହିଁ ମୁଁ ଟ୍ୱିଟ୍ କରିଛି । ସେଠାରେ ମୋ ରହିବାର ଖର୍ଚ୍ଚ ୯ ଲକ୍ଷ ଟଙ୍କା ଥିଲା ଯାହା ମୁଁ କେବେ ମୋ ପାଠପଢା ରେ ମଧ୍ୟ ଖର୍ଚ୍ଚ କରିନଥିଲି । ସେହି ଗୋଟିଏ ଲାଇନ୍ ମତେ ବହୁ ମହଙ୍ଗା ପଡିଗଲା । କମେଡି ଷ୍ଟାର ଏହା ମଧ୍ୟ କହିଛନ୍ତି କି ମୁଁ ଟ୍ୱିଟର ଉପରେ ଏକ ମାମଲା କରିବାକୁ ଚାହୁଁଛି । ‘ ସେ ଏହା ମଧ୍ୟ କହିଛନ୍ତି ଯେ ଟ୍ୱିଟ୍ କରିଥିବା ବ୍ୟକ୍ତି ଡ୍ରିଙ୍କ୍ ପରେ ଏହା କରିଛନ୍ତି ବୋଲି ଟ୍ୱିଟର ଏକ ଚେତାବନୀ ଦେବା ଉଚିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login