The Ultimate Managed Hosting Platform
ADVERTISEMENT

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସଂଶୋଧନ

Facebook
Twitter
LinkedIn

ଭୁବନେଶ୍ୱର : କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ । କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସରକାର କଲେ ସଂଶୋଧନ । ଚୁକ୍ତିଭିତ୍ତିକ ଶିକ୍ଷକ ବଦଳରେ ନିଯୁକ୍ତ ହେବେ କନିଷ୍ଠ ଶିକ୍ଷକ (ସ୍କିମେଟିକ୍ ) । ଏଣିିକି ସିବିଟି (କମ୍ପ୍ୟୁଟର ବେସଡ ଟେଷ୍ଟ ) ମାଧ୍ୟମରେ ହେବ ନିଯୁକ୍ତି । ମୈାଳିକ ଶିକ୍ଷାର ପରିଚାଳନା ଦାୟିତ୍ୱ ପର୍ଯ୍ୟାୟକ୍ରମେ ଜିଲ୍ଲା ପରିଷଦକୁ ହସ୍ତାନ୍ତର ହେବ । ଜିଲ୍ଲା ପରିଷଦ କରିବ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ।
ଶିକ୍ଷକଙ୍କ ପାଠପଢା ଦେଖି ଚୁକ୍ତି ବୃଦ୍ଧି କରାଯିବ । ସ୍କୁଲର ପ୍ରଧାନ ଶିକ୍ଷକ ଜିଲ୍ଲାପରିଷଦକୁ ଦେବେ ଶିକ୍ଷକଙ୍କ ପରଫରମାନ୍ସ ସାର୍ଟିଫିକେଟ । ଆବଶ୍ୟକ ହେଲେ ସନ୍ତୋଷଜନକ ରିପୋର୍ଟ ନହେଲେ ଶିକ୍ଷକଙ୍କୁ ୩୦ ଦିନିଆ ନୋଟିସ ଦେଇ ବାହାର କରିଦିଆଯିବା । ଯଦି ଏହାକୁ ଶିକ୍ଷକ ନ ମାନନ୍ତି ତେବେ ବିଇଓ କାର୍ୟ୍ୟାନୁଷ୍ଠାନ ନେବେ । ଦୁର୍ବ୍ୟବହାର ପାଇଁ ଦରକାର ପଡିଲେ କେସ ଦାଖଲ କରିପାରିବେ ବିଇଓ । ମୌଳିକ ଶିକ୍ଷାର ପରିଚାଳନା ଦାଇତ୍ୱ ପର୍ୟ୍ୟାୟ କ୍ରମେ ଜିଲ୍ଲାପରିଷଦକୁ ହସ୍ତାନ୍ତର ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login