The Ultimate Managed Hosting Platform
ADVERTISEMENT

କଙ୍ଗୋରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ, ୧୭ ମୃତ୍ୟୁ; ରାଜ୍ୟରେ ୩ ଦିନିଆ ଶୋକ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଭୂସ୍ଖଳନ । ଭୂସ୍ଖଳନ ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରବିବାର ରାତିରେ ହୋଇଥିବା ଭୂସ୍ଖଳନରେ ୧୭ ଜଣଙ୍କ ମୃତ୍ୟୁ । ଭୂସ୍ଖଳନ ପରେ ମାଟି ଗଦା ଭିତରେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଧିକାରୀଙ୍କ ଅନୁସାରେ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଗଭର୍ଣ୍ଣର ସିଜର ଲିମ୍ବାୟା ମବାଙ୍ଗିସା କହିଛନ୍ତି ଯେ ପାହାଡ଼ର ଧ୍ୱଂସାବଶେଷ ସଫା କରିବା ଏବଂ ଜୀବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ରାଜ୍ୟପାଳ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login