କୁଚିଣ୍ଡା : କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କରାଯିବା ଘଟଣା । ମହିଳାଙ୍କ ସ୍ୱାମୀଙ୍କୁ ସମେତ ୪ ଜଣଙ୍କୁ ଗିରଫ କଲା ପୋଲିସ । ନ୍ୟାୟ ଦାବିରେ ମାଆପୁଅ ଥାନାର ଦ୍ୱାରସ ୍ଥପରେ ୪ ଗିରଫ । ଘଟଣାଟି ଥିଲା ଏହିପରି .. ସ୍ବାମୀ ସବୁଦିନ ମାରଧର କରିବା ସହ ଦେଉଥିଲେ ଅକଥନୀୟ ଅତ୍ୟାଚାର । ନିର୍ୟାତନା ସବୁ ସୀମା ଟପି ଯାଇଥିଲା । ସ୍ବାମୀଙ୍କ ଅତ୍ୟାଚାରକୁ ବିରୋଧ କରି ଥରେ ଉଠାଇ ଦେଲେ ହାତ । ବାସ୍ ସବୁ ଭୁଲ ତାଙ୍କର ହୋଇଗଲା । ଯେଉଁ ସ୍ବାମୀ ପ୍ରତିଦିନ ତାଙ୍କୁ ମାଡ଼ ମାରୁଥିଲେ ସେ ହୋଇଗଲେ ସୁନା ପୁଅ । ସ୍ବାମୀଙ୍କୁ ହାତ ଉଠାଇ ଥିବାରୁ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଆଉ ମହିଳାଙ୍କୁ ଲଣ୍ଡା କରିବା ସହ ଭଟନ ଭୋଜି ଖାଇଲେ ପେଟ କାଙ୍ଗାଳି ଗାଁ ଲୋକେ ।
ଏମିତି ଏକ ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ରାଉତବାହାଲ ଗାଁରେ । କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କରାଯାଇଛି । ଏହାସହ ମଟନ, ଦେଶୀ କୁକୁଡ଼ା ଭୋଜି ମଧ୍ୟ ଖାଇଛନ୍ତି ଲୋକେ । ଏହାସହ ଜରିମାନା ନାଁରେ ୫ ହଜାର ଟଙ୍କା ଦାଦାବଟି ଆଦାୟ କରିଛନ୍ତି । ଅଭିଯୋଗ ଅନୁସାରେ ଗାଁର ମହେନ୍ଦ୍ର କିସାନ ପ୍ରତିଦିନ ପତ୍ନୀଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରୁଥିଲେ । ଦିନେ ଅତ୍ୟାଚାର ସହି ନପାରି ମହେନ୍ଦ୍ର କିସାନଙ୍କୁ ହାତ ଉଠାଇ ଦେଇଥିଲେ ତାଙ୍କ ପତ୍ନୀ । ଏହି ଘଟଣାକୁ ନେଇ ମହେନ୍ଦ୍ର ଜାତି ସମାଜର ଦ୍ୱାରସ୍ଥ ହୋଇଥିଲେ । ଜାତି ସମାଜର ବିଶିଷ୍ଠ ନ୍ୟାୟ ଦେବା ନାଁରେ ମହିଳାଙ୍କ ମୁଣ୍ଡରେ ସବୁ ଦୋଷ ଝାଡି ଦେଲେ । ମାଆକୁ ନିର୍ୟାତନା ଦିଆଯାଉଥିବା ଶୁଣିବା ପରେ ମହିଳାଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କରି ୪ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











