ଭୁବନେଶ୍ୱର : ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ଲାଗିଲା କଟକଣା । ସମୁଦ୍ରରୁ ମାଛ ମାରିବା ଉପରେ ୭ ମାସ ଯାଏଁ ଲାଗିଲା କଟକଣା । ମେ ୩୧ ଯାଏଁ ୩ ନଦୀ ମୁହାଣରୁ ମାଛ ମାରିବା ମନା । ଧମରା , ଦେବୀ ଓ ରୁଷିକୁଲ୍ୟା ମୁହାଣରୁ ମାଛ ମାରିବା ମନା । ସମୁଦ୍ର କୂଳରୁ ୨୦ କିମି ଯାଏଁ ମାଛ ମାରିବା ମନା । କୁଜଙ୍ଗ ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ ଅଧୀନରେ ଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସାମୁଦ୍ରିକ ଅଞ୍ଚଳରେ ମାଛ ଧରିବାକୁ ମଧ୍ୟ ବାରଣ ହୋଇଛି । ଆଜିଠୁ ୭ମାସ ଯାଏ ସମୁଦ୍ର ଉପକୂଳରୁ ୨୦ କିଲୋମିଟର ଭିତରେ କୌଣସି ମତ୍ସ୍ୟଜୀବୀ ମାଛ ମାରିଲେ ଏହାକୁ ବେଆଇନ ବୋଲି ଧରାଯିବ । ତେବେ ପାରାଦୀପ ନେହରୁ ବଙ୍ଗଳା ସ୍ଥିତ ମହାନଦୀ ମୁହାଣ ଖୋଳାଯାଇନାହିଁ । ଏହାକୁ ନେଇ ମତ୍ସ୍ୟଜୀବମାନେ ଚିନ୍ତାରେ ପଡ଼ିଛନ୍ତି ।
Views: 71