ଭୁବନେଶ୍ୱର : ଗତକାଲି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ବିଶାଳ ରାଲି ଭୁବନେଶ୍ୱର କ୍ଲବ ଠାରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ୟ୍ୟନ୍ତ ଯାଇଥିଲା । ସେହିଠାରେ ଯୁବ କଂଗ୍ରେସ କର୍ମୀମାନେ ପୋଲିସ ବାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକଘଂଟା ଧରି ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୋଲିସ ସମସ୍ତ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ବିଧାନସଭା ପରିସରରେ ବିଜେପି ବିଧାୟକ ଓ ମନ୍ତ୍ରୀମାନେ ଆତଙ୍କରାଜ ଚଳାଇଛନ୍ତି । ଯେଉଁ ବିରୋଧି ଦଳର ବିଧାୟକ ମୋହନ ସରକାରର ଅପାରଗତା, ଭ୍ରଷ୍ଟାଚାର ଓ ଦୁର୍ନୀତ ପ୍ରସଙ୍ଗରେ ସ୍ୱରଉତୋଳନ କଲେ ତାଙ୍କୁ ବିଜେପି ବିଧାୟକ ମାନେ ଏକତ୍ରିତ ହୋଇ ଆକ୍ରମଣ କରୁଛନ୍ତି ।
ଓଡ଼ିଶାରେ ନାରୀ ନିର୍ୟ୍ୟାତନା, ଦୁଷ୍କର୍ମ ବିରୁଦ୍ଧରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକମାନେ ବିଧାନସଭାରେ ସ୍ୱର ଉତୋଳନ କରିଥିଲେ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଅନ୍ୟାନ୍ୟ ବିଜେପି ବିଧାୟକମାନେ ଗୃହରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ପବ୍ରିତ ଗୃହର ଗରିମା, ପରମ୍ପରା ଓ ସମ୍ମାନକୁ କ୍ଷୁର୍ଣ୍ଣକରି ସମ୍ବଲପୁର ବିଧାୟକ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କଲର ଧରି ଆକ୍ରମଣ କରିବା ଦୁର୍ଭାଗ୍ୟଜନକ । ସେହିପରି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅତି ଅଶାଳୀନ ଓ ଅସଭ୍ୟ ଭାଷାରେ କଂଗ୍ରେସ ବିଧାୟକ ମାନଙ୍କୁ ଗାଳିଗୁଲଜ କରିଥିଲେ । ସାରା ଓଡ଼ିଶାବାସୀ ବିଧାନସଭାରେ ବିଜେପି ବିଧାୟକ ମାନଙ୍କର ଏହି ହିଟଲରୀ ରାଜକୁ ଦେଖିଛନ୍ତି । ଅନ୍ୟପକ୍ଷରେ ଯେଉଁମାନେ ଗୃହରେ ଅସାମାଜିକ ଆଚରଣ କଲେ ସେମାନଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଗଲା ନାହିଁ ମାତ୍ର ସେମାନଙ୍କର ଗାଳି ଓ ଆକ୍ରମଣର ଶିକାର ହୋଇଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଗୃହରୁ ନିଲମ୍ବନ କରିବା ଘଟଣା ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ହୋଇଥିବାର ପ୍ରମାଣିତ ।
ଭୁବନେଶ୍ୱର କଂଗ୍ରେସ ସାସଂଦ ପ୍ରାର୍ଥୀ ସୟଦ ୟାସିର ନୱାଜ କହିଥିଲେ ଯେ ଏହି ସଂପୂର୍ଣ୍ଣ ଘଟଣାରୁ ଯାହା ନିର୍ୟ୍ୟାସ ବାହାରୁଛି, ସେଥିରେ ବିଜେପି ଦଳ ଏବଂ ବିଧାୟକମାନେ ମହିଳା ବିରୋଧି ବୋଲି ପ୍ରମାଣିତ । ଓଡ଼ିଶାରେ ୮ ମାସର ମୋହନ ସରକାରରେ ୧୬ଶହ ମହିଳା ନିର୍ୟ୍ୟାତିତ ହୋଇଥିବାର ପଞ୍ଜିକୃତ ହୋଇଛି ଏବଂ ହଜାର ହଜାର ମହିଳା ନିର୍ୟ୍ୟାତନାର ଶିକାର ହୋଇ ସହିଯାଇଛନ୍ତି । ଆଦିବାସୀ ମହିଳାଙ୍କୁ ଲଙ୍ଗଳାକରି ଗୈରିକ ସଂଗଠନର ସଭ୍ୟମାନେ ମାଡ ମାରୁଛନ୍ତି । ବଲାଙ୍ଗିରରେ ମହିଳାଙ୍କୁ ମଣିଷ ମଳ ଖୁଆଯାଉଛି । କେନ୍ଦୁଝର ଜିଲ୍ଲା ସ୍କୁଲ ଛାତ୍ରୀ ଗର୍ଭବତୀ ହେଉଛନ୍ତି । ଚିତ୍ରକୋଣ୍ଡାରେ ହାଇସ୍କୁଲ ଛାତ୍ରୀ ମା’ ହୋଇଛି । ସ୍କୁଲ, କଲେଜ ଓ ୟୁନିଭର୍ସିଟି ଛାତ୍ରୀମାନେ ସୁରକ୍ଷିତ ନାହାନ୍ତି । ଏହି ପ୍ରସଙ୍ଗ ବିଧାନସଭାରେ ଉତ୍ଥାପନ କରି ତାରାପ୍ରସାଦ ବାହିନୀପତି କଣ ଭୁଲ କରିଛନ୍ତି ଯାହାଫଳରେ ତାଙ୍କ ମାଡ଼ ମରାଯିବା ସହ ଅସଭ୍ୟ ଭାଷାରେ ଗାଳି ଫାଜିତ କରାଗଲା ।
ମୋହନ ସରକାର ବିରୋଧି ଦଳର କଣ୍ଠରୋଧ କରିପାରିବେ ନାହିଁ । ମହିଳା ଅତ୍ୟାଚାର ବୃଦ୍ଧି ପ୍ରସଙ୍ଗକୁ ସାରା ଓଡ଼ିଶାର ମହିଳାମାନେ ଅନୁଭବ କଲେଣି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଭଳି ଅଭାବନୀୟ ପରିସ୍ଥିତି ପ୍ରସଙ୍ଗରେ ନୀରବ ରହିଛନ୍ତି । ମହିଳାଙ୍କୁ ସୁରକ୍ଷା ଦେବେ ଓ ସ୍ୱାବଲମ୍ବି କରିବେ ବୋଲି କହି କ୍ଷମତାକୁ ଆସିଲେ ମାତ୍ର କ୍ଷମତାପ୍ରାପ୍ତ ହେଲାପରେ ମହିଳାଙ୍କର ଇଜ୍ଜତ ଲୁଟାଯାଉଛି । ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ କରିଥିବା ବିଧାୟକ ଜୟନାରାୟଣ ମିଶ୍ର ଏବଂ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଗୃହରେ ଗୁଣ୍ଡାଗିରି କରିଥିବା ବିଜେପି ବିଧାୟକଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୁବ କଂଗ୍ରେସ ଦାବି କରିଛି । ଏହି ଆକ୍ରମଣର ଜବାବ ବିଧାନସଭା ବାହାରେ ଯୁବ କଂଗ୍ରେସ ଦେବ ବୋଲି ସତର୍କ କରିଦେଇଛି । ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରାଯାଇଛି ।
ଏହି କାର୍ୟ୍ୟକ୍ରମରେ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ନିହାର ବେହେରା, ସୁଦିପ ସାମଲ, ଉଦିତ ପ୍ରଧାନ, ଗୋପନ ମାର୍ଥା, ସ୍ୱାଗତ କର, ମିଲନ ପଟ୍ଟନାୟକ, ମହମ୍ମଦ ପରଭେଜ, ବଟକୃଷ୍ଣ ରାଉତରାୟ, ବଳରାମ ନନ୍ଦ, ସୁରଜ ରାଉତ, କେଦାର ଦଳାଇ, ସଂଦୀପ ରାଉତରାୟ, ଲିପିକା ପାତ୍ର, ଶିଳ୍ପିଶ୍ରୀ ହରିଚନ୍ଦନ, ସସ୍ମିତା ପଣ୍ଡା, ସୁଶ୍ରୀ ବେହେରା, ସୁନିଲ ସାହୁ, ଆଲୋକ ଦାସ, ବିଂରଚି ବାରିକ, ଅଜୟ ପଣ୍ଡା, ପବିତ୍ର ସେଠୀ, ସାହାରୁଖ ଖାନ, ସାହିଲ ମହାନ୍ତି, ଚଣ୍ଡି ପ୍ରସାଦ ମହାପାତ୍ର, ଜଗଦିଶ ରାଉତ, ପ୍ରମୁଖ ଅଂଶଗହଣ କରିଥିଲେ ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ଯୁବ କଂଗ୍ରେସ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







