ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅଂଶୁମାନ ମହାନ୍ତି । କେନ୍ଦ୍ରାପଡା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ରହିଥିଲେ ଅଂଶୁମାନ । ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ବରିଷ୍ଠ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ପୁଅ । ୨୦୧୪ ମସିହାରେ କଂଗ୍ରେସ ଦଳରୁ ରାଜନଗର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସକ୍ରିୟ ଭୂମିକା ନେଇଥିଲେ ଅଂଶୁମାନ । କୁତ୍ରା, ବଡ ଗାଁ, ରାଉରକେଲା ଓ ସୁନ୍ଦରଗଡ଼ର ନ୍ୟାୟ ଯାତ୍ରାରେ ଯୋଗ ଦେଇଥିଲେ । ଏବେ ସେ ବିଜେପିରେ ଯୋଗ ଦେବା ନେଇ ଖୁବ ଚର୍ଚ୍ଚା ହେଉଛି। ତେବେ ଏହାକୁ ନେଇ ବିଜେପି କିମ୍ବା ଅଂଶୁମାନ ମହାନ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
Views: 62