The Ultimate Managed Hosting Platform
ADVERTISEMENT

ଔଷଧ କମ୍ପାନୀ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ

Facebook
Twitter
LinkedIn

ମୁମ୍ବାଇ : ଔଷଧ କମ୍ପାନୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଔଷଧ କମ୍ପାନୀର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଜାତୀୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ୍)ର ସଦସ୍ୟମାନେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ନିଖୋଜ ଥିବା ଆଉ ୩ ଜଣଙ୍କୁ ଟିମ୍ ଖୋଜାଖୋଜି କରୁଛି। ରାୟଗଡ଼ ପୋଲିସ କହିଛି ଯେ ଡିଏନ୍ଏ ଟେଷ୍ଟ୍ ମାଧ୍ୟମରେ ଚିହ୍ନଟ କରିବା ପାଇଁ ନିଖୋଜ ୧୧ ଜଣଙ୍କ ପରିବାର ଲୋକଙ୍କଠାରୁ ନମୁନା ନିଆଯାଇଥିଲା। ନିଆଁ ଲାଗିବା ପରେ ଏହି ୧୧ ଜଣ ନିଖୋଜ ଥିବା ନେଇ ଘୋଷଣା କରାଯାଇଥିଲା। ଏନ୍ଡିଆର୍ଏଫ୍ର ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login