ଭୁବନେଶ୍ୱର : ଓୟୋ ତଳୁ ଯୁବତୀଙ୍କୁ ରକ୍ତାକ୍ତ ମୃତଦେହ ମିଳିବା ଘଟଣା । ଖଣ୍ଡଗିରି ଜାଗମରା ପଞ୍ଚଶଖା ନଗରରୁ ମିଳିବା ପରେ ତନାଘନା । ପୁରୁଷ ବନ୍ଧୁଙ୍କ ନାଁ ରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମାଆ । ଓୟୋ ଛାତରୁ ଠେଲି ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ।ମୃତକଙ୍କ ପରିଚୟ ନୟାଗଡ଼ ଜିଲ୍ଲାର ସୋନାଲୀ ମହାପାତ୍ର ବୋଲି ଜଣାପଡ଼ିଛି । ଖଣ୍ଡଗିରି ପୋଲିସ ଘଟଣାସ୍ଥଳରୁ ତାଙ୍କର ରକ୍ତମୁଖର ଶବ ଉଦ୍ଧାର କରିଛି। ଏହା ଏକ ଦୁର୍ଘଟଣା, ନିଜେ ଜୀବନ ହାରିଛନ୍ତି ନା ହତ୍ୟା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମୟରେ ସୋନାଲୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଟେଲ ରୁମରେ ଥିଲେ, ଯିଏ ତାଙ୍କର ହେବାକୁ ଥିବା ସ୍ୱାମୀ ବୋଲି କୁହାଯାଉଛି। ଉଭୟଙ୍କର ଆଗାମୀ ମାସରେ ବିବାହ ହେବାର ଯୋଜନା ଥିଲା।ସୂଚନା ଅନୁସାରେ ଦାସ ଇନ୍ ଗେଷ୍ଟ ହାଉସରେ ୬ ମାସ ଧରି ଭଡ଼ା ରେ ରହୁଥିଲେ ସୋନାଲି ଓ ତାଙ୍କ ବୟ ଫ୍ରେଣ୍ଡ୍। ଗେଷ୍ଟ ହାଉସର ତୃତୀୟ ମହଲାରେ ରହୁଥିଲେ। ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହେବାରୁ ରାତି ୧୧.୧୫ ରେ ଉଭୟ ରୁମ୍ ରୁ ବାହାରି ଛାତ ଉପରକୁ ଯାଇଥିଲେ। ସେଠାରେ ହିଁ ଉଭୟଙ୍କ ଭିତରେ ଝଗଡା ବଢିଥିଲା । ତା ପରେ ସୋନାଲି ଛାତ ତଳେ ପଡି ଯାଇଥିଲେ । କଥା ହେଉଛି ଯେ ସେ ନିଜେ ଡେଇଁ ପଡିଛନ୍ତି ନା ପ୍ରେମିକ ତାଙ୍କୁ ଛାତ ଉପରୁ ତଳକୁ ଠେଲି ଦେଇ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି ।
ଓୟୋ ଯାଇ ପ୍ରାଣ ଗଲା, ପୁରୁଷ ବନ୍ଧୁକୁ ଜେରା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...