The Ultimate Managed Hosting Platform
ADVERTISEMENT

ଓଡ଼ିଶା ଛୁଇଁଲା ଓମିକ୍ରନ୍‌; ୨ ଆକ୍ରାନ୍ତ ଚିହ୍ନଟ

Facebook
Twitter
LinkedIn

ଭୁୁବନେଶ୍ୱର: ମହାମାରୀ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟ ଦେଖା ଦେଇଥିବା ବେଳେ, ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୨ ଆକ୍ରନ୍ତ । ଆଇଏଲ୍‌ସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟି, ନାଇଜେରିଆ କତାରରୁ ଫେରିଥିବା ୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଜିନମ୍ ସିକ୍ୱେନ୍ସିଂ ପରେ ଏହି ଦୁହିଁଙ୍କ ଠାରେ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଥିଲା । ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିତ ଥିବା ଜଣାପଡ଼ିଛି । ଏଥି ସହିତ ମୋଟ ୭ ଜଣ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ ନେଗେଟିଭ୍ ଥିବା ଟେଷ୍ଟ ରିପୋର୍ଟରୁ ଜଣା ପଡ଼ିଛି ।

ଏନେଇ ପୂର୍ବରୁ ସମଗ୍ର ଦେଶରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏପରିକି ଓମିକ୍ରନ୍ ଆକ୍ରାନ୍ତ ଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର୍ ଟେଷ୍ଟକୁ ବାଧ୍ୟତା ମୂଳକ କରାଯାଇଥିଲା। ସେମାନଙ୍କ ସବିଶେଷ ଡାଟା ରାଜ୍ୟ ସରକାର ରଖିବା ସହ ସେମାନଙ୍କ ଉପରେ କଡା ନଜର ରଖାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login