ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୈାଡରୁ ଓହରିଲେ ଜୋ ବାଇଡେନ । ଦଳୀୟ ଚାପକୁ ସ୍ୱୀକାର କରି ଓହରିବା ନେଇ ସୂଚନା ଜାରି କଲେ । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ପାଇଁ ପ୍ରସ୍ତାବ । ଆମେରିକାର ବିଭିନ୍ନ ମହଲରେ ବାଇଡେନଙ୍କ ଘୋଷଣାକୁ ସ୍ୱାଗତ । ଲୋକପ୍ରିୟତାରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଅଛନ୍ତି ଆଗରେ । ରାଷ୍ଟ୍ର ଉଦ୍ଦେଶ୍ୟରେ ଚିଠି ଲେଖି ବାଇଡେନ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ବାଇଡେନ ଚିଠିରେ ଉଲ୍ଲେଖ କରିଛନ୍ତି । ଚିଠିରେ ବାଇଡେନ ଲେଖିଛନ୍ତି, ଆମେରିକାର ରାଷ୍ଟ୍ରପତି ଭାବେ ସେବା କରିବା ଜୀବନର ସବୁଠୁ ସମ୍ମାନର ବିଷୟ । ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବାକୁ ମୋର ଇଛା ଥିଲା । କିନ୍ତୁ ଦେଶ ଓ ଡେମୋକ୍ରାଟିକ ପାର୍ଟିର ହିତକୁ ଅଖିରେ ରଖି ପୁଣି ଥରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି । କେବଳ ରାଷ୍ଟ୍ରପତି ଭାବେ କାର୍ୟ୍ୟକାଳ ପୂରା କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଚିଠିରେ ଲେଖିଛନ୍ତି ଜୋ ବାଇଡେନ । ଏଥିସହ ଚଳିତ ସପ୍ତାହରେ ଦେଶବାସୀଙ୍କୁ ସମ୍ୱୋଧନ କରିବେ ବୋଲି ବାଇଡେନ କହିଛନ୍ତି ।
ଓହରିଲେ ଜୋ ବାଇଡେନ, ଲଢିବେନି ରାଷ୍ଟ୍ରପତି ନିର୍ବାଚନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











