ନୂଆଦିଲ୍ଲୀ : ଓଲଟିଲା ଯାତ୍ରୀବାହୀ ବସ । ମଧ୍ୟ ପ୍ରଦେଶର ଉଜ୍ଜୈନରେ ଶୁକ୍ରବାର ରାତିରେ ଘଙ୍କିଛି ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଜିଲ୍ଲାର ଖାଚରୋଦ୍ ଅଞ୍ଚଳରେ। ପ୍ରବଳ ବର୍ଷା ଏବଂ ଅନ୍ଧାର ହେତୁ ବସ୍ଟି ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ମିଳିଥିବା ସୂଚନା ମୁତାବକ, ବସ୍ଟି ଇନ୍ଦୋରରୁ ଯୋଧପୁର ଯାଉଥିବା ବେଳେ ଫର୍ଣ୍ଣାଖେଡି ଟର୍ଣ୍ଣଠାରେ ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଏହା ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ବସ୍ କଣ୍ଡକ୍ଟର ଏବଂ ଜଣେ ଯାତ୍ରୀ ବସ୍ ଭିତରେ ଚାପି ହୋଇଯିବା ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନାଗଡା, ଜାଭରାର ସିଏସ୍ପି, ଏସଡିଏମ, ପୋଲିସ ଫୋର୍ସ ଏବଂ ସ୍ଥାନୀୟ ବିଧାୟକ ଦିଲ୍ଲୀପ ଗୁରଜର ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ଘଟିବା ପରେ ସେନାର ଯବାନମାନେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୭ ଜଣଙ୍କୁ ଜାଭରା ଏବଂ ଜଣଙ୍କୁ ନାଗଡା ଡାକ୍ତରଖାନା ପଠାଯାଇଥିଲା।
ଓଲଟିଲା ଯାତ୍ରୀବାହୀ ବସ , କଣ୍ଡକ୍ଟର ସମେତ ୩ ମୃତ , ୮ ଆହତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...