ବିହାର : ଜାତୀୟ ପଞ୍ଚାୟତି ରାଜ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ପହଲଗାମ ଆତଙ୍କୀ ହମଲାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ । ଓମ ଶାନ୍ତି କହି ଶ୍ରଦ୍ଧାଞ୍ଜଳି ଜଣାଇ ଅଭିଭାଷଣ ଆରମ୍ଭ କଲେ । ଗ୍ରାମାଞ୍ଚଳର ବିକାଶ ନେଇ ନିଆଯାଇଥିବା ପଦକ୍ଷେପ କଥା କହିଲେ । ବିହାର ପ୍ରଥମ ରାଜ୍ୟ ଯେଉଁଠି ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସରଂକ୍ଷଣ ।
ପହଲଗାମ ଆତଙ୍କୀ ହମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡା ଚେତାବନୀ । କଳ୍ପନାଠୁ ବଡ ଦଣ୍ଡ ଦିଆଯିବ କହିଲେ ପ୍ରଧାନମନ୍ତ୍ରୀ । ଆତଙ୍କୀ ଓ ଏହା ପଛରେ ଥିବା ଲୋକଙ୍କୁ କଠୋର ଦଣ୍ଡ ଦେବୁ । ସାରା ବିଶ୍ୱକୁ ଜଣାଇବାକୁ ଚାହୁଁଛି ପ୍ରତି ଆତଙ୍କୀଙ୍କୁ ଚିହ୍ନଟ କରି ସଫା କରିବୁ । ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଛଡାଯିବ ନାହିଁ । ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ମାଟିରେ ମିଶାଇବୁ । ଆତଙ୍କବାଦୀଙ୍କ ଆକ୍ରମଣ ଭାରତୀୟଙ୍କ ଆତ୍ମା ଉପରେ ଆକ୍ରମଣ । ଏଥିପାଇଁ କୋଟି କୋଟି ଭାରତୀୟ ଦୁଃଖରେ ଅଛନ୍ତି । ମୃତକଙ୍କ ପରିବାର ସହ ଦେଶବାସୀ ଛିଡା ହୋଇଛନ୍ତି । ୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରାଯିବ । ଆତଙ୍କବାଦ ବିରୋଧରେ ଭାରତର ଲଢେଇ ଜାରି ରହିବ । ବିଶ୍ୱର ଯେଉଁ ଦେଶ ଆମ ସହ ଛିଡା ହୋଇଛନ୍ତି, ଧନ୍ୟବାଦ ଜଣାଉଛି । ୨୨ ଏପ୍ରିଲ୍ ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ମୋଦୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ।
ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...