ନୂଆଦିଲ୍ଲୀ : ଓଭାଲ ଟେଷ୍ଟରେ ଭାରତ ୨୨୪ ରନରେ ଅଲଆଉଟ । ଆଉ ୨୦ ରନ ଯୋଡି ଶେଷ ୪ ୱିକେଟ ହରାଇଲା ଭାରତ । ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତର ବ୍ୟାଟିଂ ଧରାଶାୟୀ ହୋଇଯାଇଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଯଶସ୍ବୀ ଜୟସ୍ବାଲ ମାତ୍ର ୨ ରନ କରି ଆଉଟ ହୋଇଥିବାବେଳେ କେଏଲ ରାହୁଲ ୧୪ ରନ କରି ଆଉଟ ହୋଇଥିଲେ । ସେହିପରି ସାଇ ସୁଦର୍ଶନ ୩୮ ରନ କରିଥିବାବେଳେ ଅଧିନାୟକ ଶୁବମନ ଗିଲ୍ ୨୧ ରନ କରିଥିଲେ ।
Views: 17