The Ultimate Managed Hosting Platform
ADVERTISEMENT

ଓଭାଲ ଟେଷ୍ଟରେ ଭାରତର ବଡ ବିଜୟ

Facebook
Twitter
LinkedIn

ନୂଆଦିଲ୍ଲୀ : ଓଭାଲ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତର ବଡ ବିଜୟ । ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ମାତ୍ର ୬ ରନରେ ଭାରତର ରୋମାଞ୍ଚକର ବିଜୟ । ଓଭାଲରେ ଚାଲିଥିବା ୫ମ ତଥା ଶେଷ ଟେଷ୍ଟରେ ଭାରତୀୟ ଦଳ ଇଂଲଣ୍ଡକୁ ବିଜୟ ପାଇଁ ୩୭୪ ରନର ଟାର୍ଗେଟ ଦେଇଥିଲା, ଯାହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୬ ରନରେ ହାରି ଯାଇଛି । ପ୍ରସିଦ୍ଧ କ୍ରିଷ୍ଣା ଏବଂ ମହମ୍ମଦ ସିରାଜଙ୍କ ବୋଲିଂ ଆଗରେ ଧରାଶାୟୀ ହୋଇଛି ଇଂଲଣ୍ଡ ଟିମ୍ ।
ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ଭାରତ ବିଦେଶ ମାଟିରେ ପାଞ୍ଚଟିକିଆ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଜିତିଛି । ପୂର୍ବରୁ ଭାରତ ବିଦେଶ ମାଟିରେ ୫ଟି ମ୍ୟାଚ୍ ବିଶିଷ୍ଟ ୧୬ ସିରିଜ ଖେଳିଥିଲା । ଯେଉଁଥିରୁ ଶେଷ ଟେଷ୍ଟ ୬ ଥର ହାରିଥିଲା ଏବଂ ଶେଷ ଟେଷ୍ଟ ମ୍ୟାଚ୍ ୧୦ ଥର ଡ୍ର ଥିଲା । ଏବେ ଶେଷରେ ଭାରତୀୟ ଦଳ ବିଦେଶରେ ପାଞ୍ଚଟିକିଆ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଜିତିବାରେ ସଫଳ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login