ଭୁବନେଶ୍ୱର : ଓଡିଶାର ଆଉ ଏକ ବାଘ ପହଁଚିଲା ପଶ୍ଚିମବଙ୍ଗରେ । ବାଘ ଉଦ୍ଧାର ନେଇ ଓଡିଶା ସରକାର ଓ ବନ ବିଭାଗକୁ କଲେ ଟାର୍ଗେଟ । ଜିନ୍ନତକୁ ଓଡିଶା ଫେରେଇବା ପରେ ଜୋର ଧରିଲା ରାଜନୀତି। ଆଉ ଏକ ବାଘ ବେଙ୍ଗଲ ଚାଲିଯାଇଥିବାର ଆଣିଲେ ଅଭିଯୋଗ । ଯଦି ଓଡିଶା ଜଙ୍ଗଲରେ ଜାଗା ନାହିଁ,ତାହେଲେ ଆମ ବ୍ୟାଘ୍ର ଅଭୟାରଣ୍ୟ ରେ ବାଘକୁ ରଖିଦେବାକୁ କହି ମମତା କରିଛନ୍ତି କଟାକ୍ଷ। ତମ ଜଙ୍ଗଲରେ ଜାଗା ନାହିଁ ଯଦି ବାଘକୁ ଆମକୁ ଦେଇଦିଅ । ରାଗିକି ଖୋଲା ମଞ୍ଚରେ ଏପରି ମମତା ଆହ୍ୱାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଓଡିଶା ବନ ବିଭାଗ ନିଜେ ଆସୁ ନିଜ ବାଘକୁ ନେଇକିଯାଉ । ଓଡ଼ିଶା ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ଯେ, ତାଙ୍କ ବାଘ ତାଙ୍କ ଜଙ୍ଗଲରୁ ଅନ୍ୟ ରାଜ୍ୟକୁ ନଯାଉ । ପୂର୍ବରୁ ମଧ୍ୟ ବାଘୁଣୀ ଜିନ୍ନତ ବେଙ୍ଗଲ ଯାଇ ପାଞ୍ଚୋଟି ଜିଲ୍ଲାରେ ଆତଙ୍କ ଖେଳେଇଥିଲା । ଯଦି ବାଘ ପଠାଇବାର ଅଛି ତେବେ ସବୁଦିନ ପାଇଁ ପଠାଇଦିଅ । ଆମ ପାଖରେ ଜଙ୍ଗଲ ଅଛି, ଆମ ପାଖରେ ଟାଇଗର ରେସ୍କ୍ୟୁ ସେଣ୍ଟର ଅଛି ତେଣୁ ଆମକୁ କିଛି ସମସ୍ୟା ହେବ ନାହିଁ ବାଘ ରଖିବାରେ । ଓଡିଶା ସରକାରଙ୍କୁ ଅନୁରୋଧ କରୁଛି ନିଜ ଟିମ୍ ପଠାଇ ବାଘ ନେଇଯାଅ ।
ଓଡିଶାର ଆଉ ଏକ ବାଘ ପହଁଚିଲା ପଶ୍ଚିମବଙ୍ଗରେ ; ରାଗିକି ମମତା କହିଲେ, ତୁମ ଜଙ୍ଗଲରେ ଜାଗା ନାହିଁ ଯଦି ଆମକୁ ବାଘ ଦେଇଦିଅ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











