ନୂଆଦିଲ୍ଲୀ: ଓଡିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି କହିଲେ ପ୍ରଧାନମନ୍ତ୍ରୀ ।ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାରରେ ମୋଦିଙ୍କ ପ୍ରତିକ୍ରିୟା । ଓଡିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି । ଜୁନ୍ ୪ ବର୍ତ୍ତମାନର ଓଡିଶା ସରକାରଙ୍କ ଏକ୍ସପାଏରୀ ତାରିଖ । ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । ୨୫ ବର୍ଷରେ ଓଡିଶାରେ ପ୍ରଗତି ହୋଇନି । କିଛି ଗୋଷ୍ଠୀ ଓଡ଼ିଶାର ବ୍ୟବସ୍ଥାକୁ ବନ୍ଧକ କରି ରଖିଛନ୍ତି । ବନ୍ଧକରୁ ମୁକ୍ତ ହେଲେ ଓଡ଼ିଶା ହସିବ । ଓଡ଼ିଶାର ଭବିଷ୍ୟତକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି । ପ୍ରାକୃତିକ ସମ୍ପଦର ଭରପୁର ଓଡ଼ିଶା । ହେଲେ ସମୃଦ୍ଧ ରାଜ୍ୟର ଲୋକ ଗରିବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଏଥିପାଇଁ ସରକାର ଦାୟୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ଲୋକଙ୍କୁ ସେମାନଙ୍କ ହକ୍ ମିଳିବା ଆବଶ୍ୟକ । ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ଓଡ଼ିଶାର ଅସ୍ମିତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମୋଦୀ । ନବୀନ ପଟ୍ଟନାୟଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସବୁ ନେତାଙ୍କ ସହ ତାଙ୍କ ସମ୍ପର୍କ ଭଲ । ଗଣତନ୍ତ୍ରରେ ଶତ୍ରୁତା ହୋଇନଥାଏ । ସମ୍ପର୍କକୁ ସମ୍ଭାଳିବେ ନା ଓଡ଼ିଶାର ଭାଗ୍ୟକୁ ନେଇ ଚିନ୍ତା କରିବେ । ତେଣୁ ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ରାସ୍ତା ବାଛିଥିବା କହିଛନ୍ତି । ଏଥିପାଇଁ ତାଙ୍କ ସମ୍ପର୍କକୁ ଯଦି ବଳି ଚଢାଇବାକୁ ପଡ଼ିବ ତେବେ ଓଡ଼ିଶାର ହିତ ପାଇଁ ବଳି ଚଢାଇବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଓଡିଶାରେ ସରକାର ପରିବର୍ତ୍ତନ ହେବ-ମୋଦି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











