ଭୁବନେଶ୍ବର:ଓଡିଶାରେ ବଢିଲା ବାଘ ସଂଖ୍ୟା । ଓଡ଼ିଶାରେ ମୋଟ ବାଘ ସଂଖ୍ୟା ୩୦ ରହିଥିବା ବେଳେ ଏହା ସହ ଅଛନ୍ତି ଆଉ ୮ଟି ଛୁଆ। ଗତ ୨୦୨୨ରେ ରାଜ୍ୟରେ ଥିଲେ ୨୦ଟି ବାଘ। ଅଲ ଓଡିଶା ଟାଇଗର ଏଷ୍ଟିମେସନ ଅନୁସାରେ ୧୪ଟି ବାଘୁଣୀ ଓ ୧୩ଟି ବାଘଙ୍କୁ କ୍ୟାମେରା ଜରିଆରେ ଠାବ କରାଯାଇଥିବାବେଳେ ଆଉ ୩ଟି ବାଘ ଶିମିଳିପାଳରେ ଥିବା ସୂଚନା ମିଳିଛି। ଏହି ୩ଟି ବାଘଙ୍କୁ କ୍ୟାମେରା ଜରିଆରେ ଠାବ କରାଯାଇପାରିନାହିଁ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ୨୪ଟି, କେନ୍ଦୁଝର ଡିଭିଜନରେ ଗୋଟିଏ, ପାରଳାଖେମୁଣ୍ଡି ଡିଭିଜନରେ ଗୋଟିଏ, ହାରାକୁଦ ଡିଭିଜନରେ ଗୋଟିଏ ବାଘ ଥିବା ଜଣାଯାଇଛି।
Views: 95











