ଭୁବନେଶ୍ୱର : ଦୁଇ ଦିନ ଧରି ଚାଲିଛି ଉକôର୍ଷ ଓଡିଶା କାର୍ଯ୍ୟକ୍ରମ । ଆଜି କୃଷି ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ନେଇ ଆଲୋଚନା ହୋଇଛି। ଏଥିରେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ଓଡ଼ିଶାରେ ନିବେଶ କରିବା ପାଇଁ ଏହି ସମୟ ହିଁ ଉପଯୁକ୍ତ ସମୟ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନୂଆ ବିଳ୍ପବ ଆଣିବାକୁ ବେଶ ସକ୍ଷମ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆମେ ଚାଷୀ ବା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରୁଛୁ। ସ୍ମାର୍ଟ ଫାର୍ମିଂ ଏବଂ ଡିଜିଟାଲ ମାର୍କେଟିଂ ଦିଗରେ ଆମ ସରକାର କାର୍ୟ୍ୟ କରୁଛନ୍ତି। ଜୈବିକ ପ୍ରଣାଳୀରେ ଚାଷ ଆମ ସରକାରଙ୍କ ଫୋକସ । ଆପଣ ଆସନ୍ତୁ ଓଡ଼ିଶାର କୃଷି ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜି ନିବେଶ କରନ୍ତୁ। ଯୁବ ଉଦ୍ୟୋଗୀମାନେ ମଧ୍ୟ ଆଗେଇ ଆସନ୍ତୁ ଆମେ ଏହି ଶିଳ୍ପ ନୂଆ ବିପ୍ଳବ ଆଣିବା । ନୂଆ ଷ୍ଟାର୍ଟଅପ ପାଇଁ ନୂଆ ସରକାରଙ୍କ ଦ୍ୱାର ସମ୍ପୂର୍ଣ୍ଣ ଖୋଲା ରହିଛି। ପୁର୍ବରୁ ଅବହେଳିତ ଥିଲା ଓଡ଼ିଶା, କିନ୍ତୁ ବର୍ତ୍ତମାନଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେଇଛନ୍ତି। ଏହି କାର୍ୟ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମଧ୍ୟ ଉପସ୍ଥିତ ଥିଲେ।
ଓଡିଶାରେ ନିବେଶ କରିବା ପାଇଁ ଏହା ହିଁ ଉପଯୁକ୍ତ ସମୟ : ଉପମୁଖ୍ୟମନ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...