The Ultimate Managed Hosting Platform
ADVERTISEMENT

ଓଡିଶାରେ ଅମିତ ରୋହିଦାସ

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶାରେ ପହଁଚିଲେ ବ୍ରୋଞ୍ଜ ପଦକ ବିଜେତା ଅମିତ ରୋହିଦାସ । ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ଜିତି ଓଡିଶା ଫେରିଲେ ଅମିତ । ଭୁବନେଶ୍ୱର ବିମାନ ବନ୍ଦରରେ ଅମିତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । କ୍ରୀଡା ବିଭାଗ ପକ୍ଷରୁ ଅମିତ ରୋହିଦାସଙ୍କୁ ସ୍ବାଗତ କରାଯାଇଛି । ଅମିତ ରୋହିଦାସ କହିଛନ୍ତି, ପଦକ ବିଜୟୀ ହୋଇ ଓଡ଼ିଶାକୁ ଫେରିଥିବାରୁ ଗର୍ବ ଲାଗୁଛି । ଲଗାତାର ଦୁଇଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବା ଭାରତ ଓ ଓଡିଶା ପାଇଁ ଗର୍ବର କଥା । ହକି ପାଇଁ ଓଡ଼ିଶାର ଅବଦାନକୁ ପ୍ରଶଂସା କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହେବା ସହ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରିଛି । ରାଉରକେଲାରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସ୍ଥାପନ ଭଳି ଭଳି ପଦକ୍ଷେପ ନେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଅମିତ । ସ୍ବତନ୍ତ୍ର ଭାବେ ପୁରସ୍କାର ମିଳିଥିବାରୁ ସେ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ୨୦୧୮ରେ ସାହାରା ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସରସିପ୍ ଛାଡ଼ିବା ପରେ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା । ଏହି ସମୟରେ ଭାରତୀୟ ହକି ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଥିଲା ଓଡ଼ିଶା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶା ହକିର ହାତ ଧରିଥିଲା । ୨୦୧୮ରୁ ୨୦୩୩ ମସିହା ଯାଏଁ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଥିଲା ଓଡ଼ିଶା । ପରେ ନୂଆ ସରକାର ଏହି ଅବଧିକୁ ଆଉ ୩ ବର୍ଷ ବୃଦ୍ଧି କରିଛନ୍ତି । ଓଡ଼ିଶାର ପ୍ରାୟୋଜକ ଅବଧିରେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିଲା । ଚଳିତ ଅଲିମ୍ପିକ୍ସରେ ବି ପୁରୁଷ ହକି ଦଳ ବ୍ରୋଞ୍ଜ ମେଡାଲ ଜିତି ସଫଳତା ଲାଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login