ନୂଆଦିଲ୍ଲୀ : ଭାରତୀୟ-ଆମେରିକୀୟ ତଥା ଓଡ଼ିଆ ଘରର ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରାଯାଇଛି ବୋଲି ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ଆୟୋଗର ଡେପୁଟି ସିଇଓ ଭାବେ ନିଯୁକ୍ତ କରାଯିବ ବୋଲି ଖବର ମିଳିଛି । ନିଶା ଦେଶାଇ ଏବେ ୟୁଏସ ଚାମ୍ବର ଅଫ କମର୍ସରେ ଆନ୍ତର୍ଜାତୀୟ କୌଶଳ ଏବଂ ଗ୍ଲୋବାଲ୍ ଇନିସିଏଟିଭର ବରିଷ୍ଠ ଉପାଧ୍ୟକ୍ଷ ରହିଛନ୍ତି । ସେ ଆମେରିକା-ଭାରତ ବାଣିଜ୍ୟ ପରିଷଦ ଏବଂ ଆମେରିକା-ବାଂଲାଦେଶ ବାଣିଜ୍ୟ ପରିଷଦର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ବିଶ୍ବାଳ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ବୈଦେଶିକ ବିଭାଗରେ ଦକ୍ଷିଣ ଏବଂ ମଧ୍ୟ ଏସୀୟ ବ୍ୟାପାର ସହକାରୀ ସଚିବ ଭାବରେ କାର୍ଯ୍ୟ କରିଥିଲେ । ଶ୍ରୀମତୀ ବିଶ୍ବାଳଙ୍କର ଆମେରିକାର ବୈଦେଶିକ ନୀତି, ଅନ୍ତର୍ଜାତୀୟ ବିକାଶ କାର୍ଯ୍ୟକ୍ରମର କାର୍ୟ୍ୟନିର୍ବାହୀ ଶାଖା, କଂଗ୍ରେସ ଏବଂ ବେସରକାରୀ କ୍ଷେତ୍ରରେ ୩୦ ବର୍ଷରୁ ଅଧିକ କାର୍ଯ୍ୟ ଅଭିଜ୍ଞତା ରହିଛି।
ଓଡିଆ ଘରର ବୋହୂ ନିଶା ଦେଶାଇ ବିଶ୍ୱାଳ ହେବେ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଅଧିକାରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ
ଭୁବନେଶ୍ୱର : ବାତ୍ୟା ଡିଟୱାର ସିଧା ସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା...
ରାସ୍ତା ମଝିରେ ଜଳିଗଲା ହାଇୱା
ଘଟଗାଁ : ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା । କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଟାଙ୍ଗରିଆପାଳ ଗାଁ ନିକଟରେ ଏକ ହାଇୱାରେ ନିଆଁ ଲାଗିଯାଇଥିଲା...
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...











