The Ultimate Managed Hosting Platform
ADVERTISEMENT

ଓଏଭିରେ ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ

Facebook
Twitter
LinkedIn

ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (ଓଏମଏଭି) ପ୍ରବେଶିକା ପରୀକ୍ଷା ପାଇଁ ଅନ୍ଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି। ରାଜ୍ୟର ୩୧୪ଟି ଓଏଭି ଓ ୫ଟି ଓଏମ୍ଏଭି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ www.oav.edu.in ରେ ନାମ ପଞ୍ଜୀକରଣ କରିପାରିବେ। ୨୦୨୪ ଜାନୁଆରି ୧୫ ସୁଦ୍ଧା ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଫେବ୍ରୁଆରି ୧୫ରେ ଫଳ ପ୍ରକାଶ ପାଇବ। ମାର୍ଚ୍ଚ ୧୫ରେ ନାମଲେଖା ତାଲିକା ଅନୁମୋଦନ ଏବଂ ଏପ୍ରିଲ ୨ରୁ ୩୦ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ପଞ୍ଜୀକରଣ ନିମନ୍ତେ ଓଏଭି ଓ ଓଏମ୍ଏଭିର ସୂଚନା ପୁସ୍ତିକା ସମସ୍ତ ଜିଲ୍ଲା ଓ ବ୍ଲକ ଅଧିକାରୀଙ୍କୁ ପଠାଯାଇଛି। ସମସ୍ତ ବିଦ୍ୟାଳୟରେ ୫୦% ସିଟ୍ ଛାତ୍ରୀମାନଙ୍କ ନିମନ୍ତେ ଏବଂ ବ୍ଳକର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଜନସଂଖ୍ୟାର ପ୍ରତିଶତ ଅନୁସାରେ ସ୍ଥାନ ସଂରକ୍ଷଣ କରାଯାଇଛି। ପଞ୍ଜୀକରଣ ନିମନ୍ତେ କୌଣସି ସହଯୋଗ ପାଇଁ ପିତାମାତା/ଅଭିଭାବକ/ ଛାତ୍ରଛାତ୍ରୀ ନିକଟସ୍ଥ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିପାରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login