The Ultimate Managed Hosting Platform
ADVERTISEMENT

ଏୟାର ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଖୁସି ଖବର

Facebook
Twitter
LinkedIn

ଟାଟା ପାଖକୁ ଯିବା ପରେ ଏବେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ବଦଳି ଯାଇଛି ଭାଗ୍ୟ। କିଛି ଦିନ ତଳେ ଦରମା କାଟ ନିଷ୍ପତ୍ତି ପ୍ରତ୍ୟାହାର କରିବାର ଘୋଷଣା ପରେ ଏବେ ଏୟାରଲାଇନ୍ସ ଆଉ ଏକ ବଡ ଘୋଷଣା କରିଛି। ଏୟାର ଲାଇନ୍ସ ପକ୍ଷରୁ କରାଯାଇଥିବା ନୂଆ ଘୋଷଣା ଅନୁସାରେ ପ୍ରତି କର୍ମଚାରୀ କାମ କରୁଛନ୍ତି। ଏବେ ଏୟାର ଇଣ୍ଡିଆ ନିଜର କର୍ମଚାରୀଙ୍କୁ ଗ୍ରୁପ୍ ମେଡିକାଲ ଇନସ୍ୟୁରାନ୍ସ ଦେବାର ଘୋଷଣା କରିଛି।ଏୟାରଲାଇନ୍ସ ପକ୍ଷରୁ ଏଭଳି ସୁବିଧା କର୍ମଚାରୀଙ୍କୁ ଦେଶସାରାର ହସ୍ପିଟାଲର ବଡ ନେଟଓ୍ବର୍କରେ ଭଲ ଚିକିତ୍ସା ସୁବିଧା ଉପଲବ୍ଧ କରିବା ଉଦେଶ୍ୟରେ ଦିଆଯାଇଛି। କର୍ମଚାରୀ ଓ ତାଙ୍କ ପରିବାର ପାଇଁ ଏହି ସୁବିଧା ୧୫ ମଇରୁ ଆରମ୍ଭ ହେବ। ଏୟାର ଲାଇନ୍ସ ପକ୍ଷରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଗ୍ରୁପ୍ ମେଡିକାଲ ଇନସ୍ୟୁରାନ୍ସର ସୁବିଧା ଦେଶରେ ଥିବା ପରମାନେଣ୍ଟ ଓ ଫିକ୍ସଡ ଟର୍ମ ଓ କନଟ୍ରାକ୍ଟ କର୍ମଚାରୀ ଓ ତାଙ୍କର ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କୁ ଏହି ସୁବିଧା ମିଳିବ।

ଏୟାର ଇଣ୍ଡିଆ ପକ୍ଷରୁ କର୍ମଚାରୀଙ୍କୁ ଦିଆଯାଉଥିବା ଗ୍ରୁପ ମେଡିକାଲ ଇନସ୍ୟୁରାନ୍ସରେ ଜଣେ କର୍ମଚାରୀଙ୍କର ୭.୫ ଲକ୍ଷ ଟଙ୍କାର ବୀମା ରାଶି ରହିବ। ଏଥିପରେ ପରିବାରର ଅତିବେଶୀରେ ୭ ଜଣ ସଦସ୍ୟ ରହିପାରିବେ। କର୍ମଚାରୀଙ୍କ ସ୍ବାମୀ/ସ୍ତ୍ରୀ, ତିନୋଟି ସନ୍ତାନ ଓ ବାପା-ମା/ଶାଶୁ-ଶ୍ବଶୁର ରହିପାରିବେ। ଏହି ଇନସ୍ୟୁରାନ୍ସ ପଲିସିର ବ୍ୟବହାର କର୍ମଚାରୀମାନେ ଯେ କୌଣସି ମେଡିକାଲ ଏମର୍ଜେନ୍ସିଂରେ କରିପାରିବେ।ଏହା ପୂର୍ବରୁ ଏୟାର ଇଣ୍ଡିଆ ପକ୍ଷରୁ କରୋନା କାଳରେ କମ୍ପାନୀ କର୍ମଚାରୀଙ୍କ ହୋଇଥିବା ଦରମା କାଟକୁ ପର୍ଯ୍ୟାୟ କ୍ରମେ ପ୍ରତ୍ୟହାର କରିବା କଥା କୁହାଯାଇଥିଲା। ଏହି ପରିବର୍ତ୍ତନ ୧ ଏପ୍ରିଲରୁ ଲାଗୁ କରିଦିଆଯାଇଥିଲା। ଏଭଳି ସ୍ଥିତିରେ ବ୍ୟାକ୍‌ ଟୁ ବ୍ୟାକ୍ ଗ୍ରୁପ୍ ମେଡିକାଲ ଇନସ୍ୟୁରାନ୍ସର ସୁବିଧା କର୍ମଚାରୀଙ୍କ ପାଇଁ କୌଣସି ଉପହାରଠାରୁ କମ୍ ନୁହେଁ। ଦେଶରେ କରୋନା ମାମଲା କମ୍ ଓ ଏୟାରଲାଇନ୍ସ ସେକ୍ଟର ସ୍ବାଭାବିକ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌ ନିକଟରେ ଅଧିଗ୍ରହଣ କରିଥିଲା।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login