ମୁମ୍ବାଇ : ପୌରାଣିକ କଥାବସ୍ତୁ ବା ଐତିହାସିକ ଘଟଣାବଳୀକୁ ନେଇ ଆଧାରିତ ଫିଲ୍ମ ‘କେଶରୀ ବୀର’ । ଇତିହାସରେ ଲିପିବଦ୍ଧ ହୋଇ ରହିଥିବା ଘଟଣାବଳୀ ଯାହା ଲୋକଲୋଚନକୁ ଆସିପାରିନାହିଁ ତାକୁ ବଡ ପରଦାରେ ଦର୍ଶାଇବା ହେଉଛି ଏବେ ବଡ ବଡ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ମୂଳ ଲକ୍ଷ । ନିକଟରେ ଛାୱା ଫିଲ୍ମ ରିଲିଜ ହୋଇ ଖୁବ ଭଲ ବ୍ୟବସାୟ ମଧ୍ୟ କରିଛି । ଏମିତି ଆଉ ଏକ ଫିଲ୍ମ ବଡ ପରଦାକୁ ଖୁବ ଶୀଘ୍ର ଆସିବାକୁ ଯାଉଛି । ଯାହାର ନାଁ ରହିଛି ‘କେଶରୀ ବୀର’ । ଫିଲ୍ମଟି ବଡ ପରଦାରେ ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। କେଶରୀ ବୀର’ କାହାଣୀ ହମୀରଜୀ ଗୋହିଲଙ୍କ ଜୀବନ ଉପରେ ଆଧାରିତ । ଯିଏ ତୁଗଲକଙ୍କ ସାମ୍ରାଜ୍ୟ ବିରୁଦ୍ଧରେ ନିଜ ସଂଗ୍ରାମ ଜାରି ରଖିଥିଲେ । ସୋମନାଥ ମନ୍ଦୀର ଉପରେ ତୁଗଲକ ଶାସକଙ୍କ ନଜର ଥିବା ବେଳେ ହିନ୍ଦୁ ଭାବନା ଓ ମନ୍ଦୀରର ରକ୍ଷା କରିବାପାଇଁ ନିଜର ସର୍ବସ୍ବ ତ୍ୟାଗ କରିଵାକୁ ଆଗକୁ ଆସିଥିଲେ ହମୀରଜୀ ଗୋହିଲ । ଏହି କାହାଣୀକୁ ବଡ ପରଦାକୁ ନେଇ ଆସୁଛନ୍ତି ନିର୍ଦ୍ଦେଶକ ପ୍ରିନ୍ସ ଧୀମନ । କିଛି ଦିନ ପୁର୍ବରୁ ଏହାର ଏକ ଟ୍ରେଲର ରିଲିଜ ହୋଇ ଖୁବ ଚର୍ଚ୍ଚା ସାଉଁଟୁଥିଲା ।
ଏହି ଦିନ ରିଲିଜ ହେବ ଐତିହାସିକ ଓ ପୈାରାଣିକ ଉପରେ ଆଧାରିତ ଫିଲ୍ମ “କେଶରୀ ବୀର”

Facebook
Twitter
LinkedIn
Facebook
Twitter
LinkedIn
Recent News
ଦେଶୀ ମଦ ବୋଝେଇ ଗାଡି ଜବତ
ସୋରେ : ଦେଶୀ ମଦ ବୋଝେଇ ଗାଡି ଜବତ । ମବାସୀ ଗୋଡେଇ ଗୋଡେଇ ଧରିଲେ ମଦ ଗାଡି । ଗାଡ଼ିରୁ ବାହାରିଲା ବିପୁଳ ପରିମାଣର ଦେଶୀ...
ନୂଆ ଲୁକରେ ରଶ୍ମିକା , “ମାଇଁସା”ରେ ନଜର ଆସିବେ
ମୁମ୍ବାଇ : ଆଗାମୀ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଜାରି କଲେ ରଶ୍ମିକା ମନ୍ଦାନା । ଛାବାର ଦମଦାର ସଫଳତା ପରେ ରଶ୍ମିକା ମନ୍ଦାନା ଏହି ସମୟରେ...
ରଥରେ ଗଜପତିଙ୍କ ଛେରା ପହଁରା
ପୁରୀ : ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ...
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ
ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...