ପୁରୀ : ନୂଆବର୍ଷରୁ ଆହୁରି ସୁଗମ ହେବ ମହାପ୍ରଭୁଙ୍କ ଦର୍ଶନ । ବଡଦାଣ୍ଡରେ ସେଣ୍ଟ୍ରାଲ ଏସି ଟନେଲ ବ୍ୟବସ୍ଥା ହେବ । ମରିଚିକୋଟ ଛକରୁ ସିଂହଦ୍ୱାର ଯାଏଁ ଟନେଲ ବ୍ୟବସ୍ଥା ହେବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସରିବା ଲକ୍ଷ୍ୟ । ପାର୍କିଂ ପାଇଁ ୩ଟି ମଲଟି ଲେବୁଲ ପାର୍କିଂ ବ୍ୟବସ୍ଥା । ମରିଚିକୋଟ ଛକରୁ ସିଂହଦ୍ୱାର ଯାଏଁ ଉଠା ଦୋକାନୀ ହଟିବେ । ଉଠା ଦୋକାନୀଙ୍କୁ ଶ୍ରୀସେତୁ ନିକଟରେ ଥଇଥାନ ବ୍ୟବସ୍ଥା । ଏପଟେ ପୁରୀ ଆସୁଥିବା ଭକ୍ତ ଓ ଦର୍ଶନାର୍ଥୀଙ୍କ ପାଇଁ ଖୋଲିଛି ଜେଲରୋଡ୍ ମଲ୍ଟି ଲେବଲ୍ କାର ପାର୍କିଂ । ଅତିରିକ୍ତ ଜିଲ୍ଲପାଳ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ପାର୍କିଂରେ ପ୍ରାୟ ୫ଶହ କାର୍ ଓ ୫ଶହ ବାଇକ୍ ଏକକାଳୀନ ରହିପାରିବ । ଜଗନ୍ନାଥ ବଲ୍ଲଭ ପାର୍କିଂ ଫୁଲ୍ ହୋଇଯିବା ପରେ ଏହି ମଲ୍ଟି ଲେବଲ ପାର୍କିଂକୁ ବ୍ୟବହାର କରାଯାଇଛି । ଭୁବନେଶ୍ୱର ପରେ ଓଡ଼ିଶାର ଏହା ଦ୍ୱିତୀୟ ମଲ୍ଟି ଲେବଲ୍ କାର ପାର୍କିଂ । ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ କାର୍ତ୍ତିକ ପୁର୍ଣ୍ଣମୀ ଓ ପଞ୍ଚକ ଦର୍ଶନ ସମୟରେ ଭକ୍ତମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା । ଏହାରି ଭିତରେ ନୂଆ ବର୍ଷରେ ନୂଆ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । ତେବେ ଏହି କାର୍ୟ୍ୟ କେବେଠାରୁ ଆରମ୍ଭ ହେବ ସେ ନେଇ ସୂଚନା ଦିଆଯାଇ ନାହିଁ ।
ଏସି ଟନେଲ ଦେଇ ସିଂହଦ୍ୱାରରେ ପହଁଞ୍ଚିବେ ଭକ୍ତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ
ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...
୨୨ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଛତିଶଗଡରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ । ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ...
ଡେଲାଙ୍ଗରେ ବାର୍ଡ ଫ୍ଲୁ ସ୍ପଷ୍ଟ
ପିପିଲି : ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । H5N1 ନମୁନା ପରୀକ୍ଷାରୁ ଆସିଲା ପଜିଟିଭ ରିପୋର୍ଟ । ଆଭିଏନ ଇନ ଫ୍ଲୁଏନଞ୍ଜା ଭାଇରସ ପିଜିଟିଭ...
ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ
ଭୁବନେଶ୍ୱର : ୪ ଦିନ ପରେ ଗଡ଼ିଲା ବସ୍ । ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ବସ ଚଲାଚଳ ନେଇ ଗତକାଲି ଘରୋଇ ବସ୍...