ବ୍ୟୁରୋ : ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯେପରି ଖାଦ୍ୟ ଜରୁରୀ ହୋଇଥାଏ, ସେହିପରି ନିଦ ମଧ୍ୟ ଜରୁରୀ ହୋଇଥାଏ । ନିରାମୟ ଜୀବନ ପାଇଁ ଆବଶ୍ୟକ ନିଦ୍ରା ଗୁରୁତ୍ୱପୂର୍ଣ୍ଣ । ନିଦ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତା ପାଇଁ ମୂଳଦୁଆ ସାବ୍ୟସ୍ତ ହୋଇଥାଏ । ରାତିରେ ଶୋଇବା ପରେ ବାରମ୍ବାର ନିଦ ଭାଙ୍ଗେ । ଯେଉଁ କାରଣରୁ ଆପଣ ସକାଳେ ଉଠିବା ପରେ ସତେଜ ଅନୁଭବ କରନ୍ତି ନାହିଁ । ଏହି ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳେ । ସଠିକ୍ ନିଦ ନହେବା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଆପଣ ଭାବିଛନ୍ତି କି ରାତିରେ ଆପଣଙ୍କ ନିଦ କାହିଁକି ଭାଙ୍ଗିଯାଏ । ଭଲ ନିଦରେ ଶୋଇବାକୁ ହେଲେ ରାତି ଖାଦ୍ୟପେୟ ପ୍ରତି ବେଶ୍ ଗୁରୁତ୍ୱ ଦେବାକୁ ପଡିଥାଏ । ଶୋଇବା ପୂର୍ବରୁ ସତେଜ ଓ ହାଲୁକା ଖାଦ୍ୟ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି, ଯାହା ଶୋଇବା ପୂର୍ବରୁ ଖାଇଲେ ନିଦ ନହେବା ସହ ଅସ୍ଥିରତା ଲାଗିଥାଏ । ଶରୀର ସୁସ୍ଥ ରଖିବାକୁ ହେଲେ ଆମକୁ ଉତ୍ତମ ଖାଦ୍ୟ ମଧ୍ୟ ଖାଇବାକୁ ପଡିବ । ଭଲ ଏବଂ ରୁଚିକର ଖାଦ୍ୟ ଖାଇଲେ ଆମକୁ ଭଲ ନିଦ ମଧ୍ୟ ହେବ । ତେଣୁ ଏପରି କିଛି ଜିନିଷ ରହିଛି ଯାହାକୁ ଖାଇଲେ ଆମର ନିଦ ଭଲ ହୁଏ ନାହିଁ । ସେସବୁ ପ୍ରତି ଆମେ ଦୃଷ୍ଟି ଦେବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ଖାଦ୍ୟ ।
ମିଠାଯୁକ୍ତ ଖାଦ୍ୟ: ଶୋଇବା ପୂର୍ବରୁ ମିଠାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ସୁଗାର ସ୍ତର ବଢ଼ିଯାଇଥାଏ । ଯାହା ଅନିଦ୍ରାର କାରଣ ହୋଇଥାଏ । ଏଥିପାଇଁ ଶୋଇବା ପୂର୍ବରୁ ଏମିତି ଖାଦ୍ୟରୁ ଦୂରେଇ ରୁହନ୍ତୁ ।
ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ: ରାତିରେ ଶୋଇବା ପୂର୍ବରୁ ଅଧିକ ପ୍ରୋଟିନ ଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଏହା ହଜମ ପ୍ରକ୍ରିୟା ଉପରେ ଚାପ ପକାଇବା ସହ ଏହାକୁ ମନ୍ଥର କରିଦେଇଥାଏ । ଯାହା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇଥାଏ ।
ମଦ: ମଦ ଶରୀରରେ ଉନ୍ମାଦନା ସୃଷ୍ଟି କରିଥାଏ । ଶୋଇବା ପୂର୍ବରୁ ମଦ ପିଇଲେ, ଏହା ଆପଣଙ୍କ ନିଦ ଖରାପ କରିପାରେ । ତେଣୁ ଶୋଇବା ପୂର୍ବରୁ ମଦ ପିଇବାରୁ ଦୂରେଇ ରୁହନ୍ତୁ ।
ଫାଷ୍ଟଫୁଡ: ରାତିରେ ଶୋଇବା ପୂର୍ବରୁ କେବେ ଫାଷ୍ଟଫୁଡ ଖାଇବା ଉଚିତ ନୁହେଁ । ଏପରି ଖାଦ୍ୟ ଗ୍ୟାସ ସମସ୍ୟା ସୃଷ୍ଟିର କାରଣ ହୋଇଥାଏ । ଏହି କାରଣରୁ ନିଦ ଠିକରେ ଆସି ନଥାଏ ।
କଫି ବା ଚା: ଶୋଇବା ପୂର୍ବରୁ କଫି କି ଚା ପିଅନ୍ତୁ ନାହିଁ । କାରଣ ଏହା ଉତ୍ତେଜକ ପାନୀୟ ହୋଇଥିବା ବେଳେ ନିଦ ନ ଆସିବାର ଏକ କାରଣ । କଫିର ପ୍ରଭାବ ଶରୀରରେ ପ୍ରାୟ ୬ ଘଣ୍ଟା ପର୍ୟ୍ୟନ୍ତ ରହିଥାଏ । ତେଣୁ ଶୋଇବା ପୂର୍ବରୁ କଫି, ଚା କି ଏନର୍ଜୀ ଡ୍ରିଙ୍କସ୍ ଠାରୁ ଦୂରେଇ ରୁହନ୍ତୁ ।
ଏସବୁ ଖାଉଥିଲେ ହେବ ନାହିଁ ନିଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











