ବ୍ୟୁରୋ : ସମସ୍ତଙ୍କୁ ଦରକାର ଦାଗହୀନ ଏବଂ ଉଜ୍ଜଳ ତ୍ୱଚା । ଏଥିପାଇଁ ଅନେକ ତ ଚିନ୍ତାରେ ପଡିଯାଆନ୍ତି । ଶୁଷ୍କ ତ୍ୱଚା, କଳା ଦାଗ, ବ୍ରଣ ଏମିତି ଅନେକ ଆମର ମୁହଁର ଉଜ୍ୱଳତାକୁ ନଷ୍ଟ କରିଦିଏ । ତେଣୁ ପାର୍ଶ୍ୱପ୍ରତିକ୍ରିୟା ସତ୍ୱେ ପ୍ରାୟ ପ୍ରତ୍ୟେକ ଝିଅ ବିଭିନ୍ନ ବିଉଟି ପ୍ରଡକ୍ଟର ସାହାରା ନିଅନ୍ତି । ଆପଣଙ୍କ ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ଚମକୁଥିବା ଚେହେରା ପାଇପାରିବେ। କିନ୍ତୁ କଣ ଆପଣ ଜାଣନ୍ତି ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ଚମକୁଥିବା ଚେହେରା ପାଇପାରିବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନଥାଏ । ଆପଣ ଭାବୁଥିବେ ଖାଦ୍ୟର ସ୍ୱାଦ ବଢାଉଥିବା ସାମାନ୍ୟ ଲୁଣ କିପରି ଆପଣଙ୍କର ଚେହେରା କୁ ଉଜ୍ଜଳ କରିବା ? ଆସନ୍ତୁ ଜାଣିବା ବ୍ୟବହାର କିପରି କରିବେ ।
ଲୁଣ , ଅଲିଭ ତେଲ , ଲାଭେଣ୍ଡର ତେଲ ଓ ବାଦାମ କୁ ନେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚା ଉପରେ ଭଲ ଭାବରେ ସ୍କ୍ରବ କରି କିଛି ସମୟ ଶୁଖିବାକୁ ଛାଡିଦିଅନ୍ତୁ । ତା’ପରେ ଥଣ୍ଡା ଜଳରେ ମୁହଁକୁ ଧୋଇଦିଅନ୍ତୁ । ବର୍ତମାନ ଆପଣ ଏହାର ପ୍ରଭାବ ଦେଖିପାରିବେ ।
୧ ଚାମଚ ଲୁଣ , ଏକ ଚାମଚ ଲେମ୍ବୁରସ , ଏକ ଚାମଚ ବେକିଙ୍ଗ ସୋଡ଼ା ଓ ଅଧା କପ ପାଣିରେ ମିଶେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ନଖ ଉପରେ ଲଗାନ୍ତୁ । କିଛି ଦିନ ପରେ ଆପଣ ନଖ ଚମକିବ ଆରମ୍ଭ କରିବ ।
କେବଳ ତ୍ୱଚା ଉଜ୍ଜଳ ପାଇଁ ନୁହଁ ଆପଣ ଦାନ୍ତକୁ ଚାମକାଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଏକ ଚାମଚ ଲୁଣ , ଏକ ଚାମଚ ବେକିଙ୍ଗ ପାଉଡରର ଏକ ମିଶ୍ରଣ ପ୍ରସ୍ତୁତ କରି ଏହାକୁ ବ୍ରଶରେ ଲଗାଇ ବ୍ୟବହାର କରନ୍ତୁ, ଆପଣ କିଛିଦିନ ମଧ୍ୟରେ ଚମକୁ ଥିବା ଦାନ୍ତ ପାଇପାରିବେ ।
ଏମିତି କରନ୍ତୁ ଲୁଣ ବ୍ୟବହାର , ଚମକି ଉଠିବ ତ୍ୱଚା !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











