ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’ର ଟ୍ରେଲର୍ ରିଲିଜ ହୋଇଛି । ଯାହାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଫିଲ୍ମର ଟ୍ରେଲର ଗତକାଲିଠାରୁ ରିଲିଜ୍ ହୋଇ ସାରିଥିବା ବେଳେ ଏହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। କଙ୍ଗନା ଚଳଚ୍ଚିତ୍ରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି। କଙ୍ଗନା ରାଣାୱତ ସିନେମାରେ ୧୯୭୫ରେ ଭାରତରେ ଜରୁରୀକାଳୀନ ସମୟର ଅନ୍ଧକାର ସମୟର କାହାଣୀ ଦେଖାଇବାକୁ ଯାଉଛନ୍ତି।
ଟ୍ରେଲର ଲଞ୍ଚରେ କଥାବାର୍ତ୍ତା ବେଳେ କଙ୍ଗନା ବହୁତ ଭାବପ୍ରବଣ ଦେଖାଯାଉଥିଲେ। ଅଭିନେତ୍ରୀ କହିଛନ୍ତି, ‘‘ଆଜି ମୋ ପାଇଁ ଏକ ଭାବପ୍ରବଣ ଦିନ। ଏହି ଚଳଚ୍ଚିତ୍ର ନିର୍ମାଣ କରିବା ସମୟରେ ମୁଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲି। ଶୁଟିଂ ସମୟରେ ମଧ୍ୟ ଅନେକ ଜିନିଷ ଥିଲା, ଯାହା ଅସୁବିଧା ସୃଷ୍ଟି କରିଥିଲା। ସମସ୍ତେ ଜାଣନ୍ତି ଯେ ଇଣ୍ଡଷ୍ଟ୍ରି ମୋତେ ସଂପୂର୍ଣ୍ଣ ଭାବେ ବୟକଟ୍ କରିଛି।। ମୋ ସହିତ କେହି ଠିଆ ହେଲେ ନାହିଁ। ମାତ୍ର ଫିଲ୍ମରେ ଯେଉଁ ଷ୍ଟାର୍ କାଷ୍ଟ୍ ନଜର ଆସିଛନ୍ତି ସେମାନେ ମୋ ସାଥ୍ କେବେ ଛାଡ଼ିନାହାନ୍ତି।’’ ପ୍ରଶଂସକମାନେ ଟ୍ରେଲରକୁ ବହୁତ ପସନ୍ଦ କରିଛନ୍ତି। କଙ୍ଗନା ଯେ ଜଣେ ଚମତ୍କାର ଅଭିନେତ୍ରୀ ତାହା କହିବା ଅନାବଶ୍ୟକ।
ଏମର୍ଜେନ୍ସି ଟ୍ରେଲର ରିଲିଜ ପରେ କଙ୍ଗନା ହେଲେ ଭାବପ୍ରବଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...