ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ, ଯମୁନେତ୍ରୀ ଯାତ୍ରା ୩୦ ଏପ୍ରିଲରୁ ଆରମ୍ଭ ହେବ । ଏଥିପାଇଁ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିଥର ଭଳି ଯାତ୍ରା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଆଧାର କାର୍ଡ ଜରିଆରେ ଯୋଡିବା ପାଇଁ ପ୍ରସ୍ତୁତି ଚାଲିଛି । ଏହା ଚାରିଧାମ ଯାତ୍ରା ସମୟରେ ସୁରକ୍ଷା ଏବଂ ବ୍ୟବସ୍ଥିତ କରିବାରେ ସହାୟତା ହେବ । ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ । ଗତବର୍ଷ ଚାରିଧାମ ଯାତ୍ରାରେ ୪୬ ଲକ୍ଷରୁ ଅଧିକ ଲୋକ ଯାଇଥିଲେ । ଗତଥର ଯାତ୍ରା ଆରମ୍ଭ ପୂର୍ବରୁ ପଞ୍ଜିକରଣରେ ସମସ୍ୟା ଆସିଥିଲା । ଆଉ ଯେଉଁମାନେ ବିନା ପଞ୍ଜିକରଣରେ ଯାଇଥିଲେ, ସେମାନେ ସମସ୍ୟା ଭୋଗିଥିଲେ ।ତେଣୁ ଏଥର ୬୦ ପ୍ରତିଶତ ଅନଲାଇନ ଏବଂ ୪୦ ପ୍ରତିଶତ ଅଫଲାଇନ ରେଜିଷ୍ଟ୍ରେସନ ହେବ । ଅଫଲାଇନ ରେଜିଷ୍ଟ୍ରେସନ ଯାତ୍ରା ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ହେବ । ଆଉ ଅନଲାଇନ ରେଜିଷ୍ଟ୍ରେସନ ମାର୍ଚ୍ଚ ୧୧ରୁ ଆରମ୍ଭ ହେବ ।
ଏପ୍ରିଲ ୩୦ରୁ ଚାରିଧାମ ଯାତ୍ରା, ମାର୍ଚ୍ଚ ୧୧ରୁ ରେଜିଷ୍ଟ୍ରେସନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











