ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ଅନୁମତି । ଅସ୍ଥାୟୀ ଭାବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେଲେ । ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ରି ହେବ । ରାତି ୮ରୁ ୧୦ ଯାଏଁ ବାଣ ଫୁଟାଇ ପାରିବେ । ନିୟମ ଉଲ୍ଲଘଂନ କଲେ ପ୍ରଶାସନ ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅକ୍ଟୋବର ୧୮ ରୁ ୨୦ ମଧ୍ୟରେ ସବୁଜ ବାଣ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି । ସେହିପରି ଦୀପାବଳି ପୂର୍ବ ଦିନ ଏବଂ ଦୀପାବଳି ଦିନ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ପର୍ୟ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯିବ । କେବଳ ଛଜ କୋଡ୍ ଥିବା ଅନୁମତିପ୍ରାପ୍ତ ବାଣ ଯେପରି ବିକ୍ରି ହୁଏ, ତା ଉପରେ ନଜର ରଖିବା ପାଇଁ ପୋଲିସ କର୍ତ୍ତୃପକ୍ଷଙ୍କୁ ପାଟ୍ରୋଲିଂ ଟିମ୍ ଗଠନ କରିବାକୁ ପଡିବ । ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନୋଟିସ୍ ଜାରି କରାଯିବ ଏବଂ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ । ଖଣ୍ଡପୀଠ କହିଛନ୍ତି ଯେ, ଇ-କମର୍ସ ୱେବସାଇଟରୁ କୌଣସି ବାଣ ଯୋଗାଇ ଦିଆଯିବ ନାହିଁ ।
ଏଥର ଦିଲ୍ଲୀରେ ‘ସବୁଜ’ ଦୀପାବଳି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











