ଭୁବନେଶ୍ୱର : ସ୍କୁଲରେ ବାଜିବ ଘଣ୍ଟି । ଛାତ୍ରଛାତ୍ରୀ ନିୟମିତ ବ୍ୟବଧାନରେ ପାଣି ପିଇବା ନେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀ ସ୍କୁଲରେ ଥିବା ବେଳେ ଦିନକୁ ୩ ଥର ବାଜିବ ଜଳ ବିରତି ଘଣ୍ଟି । ସକାଳ ସାଢେ ୮ଟା, ୧୦ଟା ଏବଂ ୧୧ଟାରେ ପାଣି ଘଣ୍ଟି ବାଜିବ । ଘଣ୍ଟି ବାଜିବା ପରେ ଶ୍ରେଣୀଗୃହରେ ଥିବା ଛାତ୍ରଛାତ୍ରୀ ପାଣି ପିଇବେ । ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ସବୁ ଡିଇଓ, ବିଇଓଙ୍କୁ ଚିଠି ଲେଖିଛି ରାଜ୍ୟ ଗଣଶିକ୍ଷା ବିଭାଗ ।
Views: 88











