The Ultimate Managed Hosting Platform
ADVERTISEMENT

ଏଟିଏମ କାର୍ଡରୁ ୯୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

Facebook
Twitter
LinkedIn

ସାଲେପୁର : ଅଭିନବ ଉପାୟରେ ଏଟିଏମ କାର୍ଡରୁ ୯୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏନେଇ କଟକ ଜଗତପୁର ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ, ସାଲେପୁର ବ୍ଲକ ପାଟପୁର ଗାଁର ପାରେଶ୍ଵର ରାଉତରାୟ ଗ୍ରୋସରୀ ଦୋକାନ କରି ପରିବାର ପୋଷଣ କରନ୍ତି। ସାଙ୍ଗମାନଙ୍କ ସହ ପୁରୀ ବୁଲି ଫେରିବା ସମୟରେ ଗ୍ରୋସରି ଦୋକାନର କିଛି ଜିନିଷ କିଣିବା ପାଇଁ ଜଗତପୁରରେ ଏସବିଆଇ ଏଟିଏମ କାଉଣ୍ଟର ଯାଇ ୨୦ ହଜାର ଟଙ୍କା ଉଠାଇ ଥିଲେ । ଏହି ସୁଯୋଗରେ ଏଟିଏମ କାଉଣ୍ଟର ଭିତରେ ଥିବା ଅଜଣା ଯୁବକ ପାରେଶ୍ଵରଙ୍କୁ ଏକ ଏଟିଏମ କାର୍ଡ ଧରାଇ ପଳାଇଥିଲା । ଘରକୁ ଆସିବା ପରେ ତାଙ୍କ ଫୋନକୁ ଏକ ମେସେଜ ଆସିଥିଲା । ଏଥିରୁ ସେ ଜାଣିବାକୁ ପାଇଥିଲେ ଯେ ଖୋର୍ଦ୍ଧା ସାଇ ଏଣ୍ଟରପ୍ରାଇଜେସ ରୁ ସ୍ୱାପ କରି ୭୫ ହଜାର ଟଙ୍କା ଏବଂ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଏଟିଏମରୁ ଦଶ ଦଶ ହଜାର କରି ଦୁଇଥର ମୋଟ୍ ୯୫ ହଜାର ଟଙ୍କା କିଏ ଉଠାଇନେଇଛି। ଏନେଇ ପାରେଶ୍ଵର ରାଉତରାୟ ଜଗତପୁର ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘରେ ଜଳିଗଲେ ଯୁବତୀ : ଏଏସଆଇଙ୍କୁ ବଦଳି

ଘରେ ଜଳିଗଲେ ଯୁବତୀ : ଏଏସଆଇଙ୍କୁ ବଦଳି

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି । ଏଏସଆଇଙ୍କୁ...

ADVERTISEMENT
ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ । ଖଣ୍ଡପଡାଗଡର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ । ଭୁବନେଶ୍ୱରର ଏକ ଘରୋଇ...

Login