The Ultimate Managed Hosting Platform
ADVERTISEMENT

ଉପକୂଳବର୍ତ୍ତୀ ଜିଲ୍ଲାର ଯୁବ ବିଧାୟକଙ୍କ ସହ ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ଚର୍ଚ୍ଚାରେ ବିଧାୟକ

Facebook
Twitter
LinkedIn

ଭୁବନେଶ୍ୱର : ଉପକୂଳବର୍ତ୍ତୀ ଏକ ଜିଲ୍ଲାର ଜଣେ ଯୁବ ବିଧାୟକଙ୍କ ସହ ଜଣେ ତରୁଣୀଙ୍କ ଅନ୍ତରଙ୍ଗ ଫଟୋ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଏହି ଫଟୋ ୨ଟି କୁ ଗୁରୁବାର ରାତିରେ ପୋଷ୍ଟ କରିଛନ୍ତି ନିଜେ ସଂପୃକ୍ତ ଥିବା ତରୁଣୀ । ଏହି ଭାଇରାଲ୍ ପୋଷ୍ଟକୁ ଦେଖିଲେ ଉଭୟଙ୍କ ଭିତରେ ବେଶ୍ ନିବିଡ଼ତା ଥିବା ବାରି ହୋଇପଡ଼ୁଛି। ଏହି ଦୁଇଟି ଫଟୋ ପୋଷ୍ଟ୍ ଦୁଇ ପୃଥକ ପୃଥକ ଜାଗାରେ ଉତ୍ତୋଳିତ ହୋଇଥିବା ଅନ୍ଦାଜ କରାଯାଉଛି ହେଲେ ଏଯାଏ ସଂପୃକ୍ତ ବିଧାୟକଙ୍କ ଆଡ଼ୁ ଏ ବାବଦରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନଥିବାରୁ ପୂରା ଘଟଣାଟି ଏବେ କୁହେଳିକା ମଧ୍ୟରେ ରହିଛି । ମାତ୍ର ଏହା ପୂର୍ବରୁ ମଧ୍ୟ ଏହି ଯୁବତୀଙ୍କ ସହ ସଂପୃକ୍ତ ବିଧାୟକଙ୍କ ଯୁଗଳବନ୍ଦୀ ଫଟୋ ରାଜ୍ୟରେ ବେଶ୍ ଚର୍ଚ୍ଚା ଧରିଥିଲା । ଏବେ ପୁଣି ଫଟୋ ଭାଇରାଲ୍ ହେବା ପରେ ଏହି ଘଟଣା ଅଧିକ ଘନୀଭୂତ ହୋଇ ଏବେ ବିବାଦର ରୂପ ନେବାକୁ ଯାଉଛି । କାରଣ ସଂପୃକ୍ତ ବିଧାୟକ ହଠାତ୍ ଭାବେ ନିଜ ପ୍ରେମିକା (ତରୁଣୀ)ଙ୍କ ହାତ ଛାଡ଼ି ଦେଇଥିବା ଚାରିଆଡେ ଗୁଞ୍ଜରଣ ଖେଳିଛି । ହଠାତ୍ ଏପରି ଭାବେ ବ୍ରେକ୍‌ଅପ୍‌ର କାରଣ ନିଜେ ବି ଜାଣିପାରୁନାହାଁନ୍ତି ଯୁବତୀ । ଯାହାଦ୍ୱାରା କିଛି ଉପାୟ ନ ପାଇ ଶେଷରେ ସେ ନିଜ ସୋସିଆଲ ମିଡିଆରେ ଦୁହିଁଙ୍କ ଯୁଗଳବନ୍ଦୀ ଫଟୋ ଛାଡ଼ି ବିଧାୟକଙ୍କୁ ଏକପ୍ରକାର ଝଟ୍କା ଦେବାକୁ ସ୍ଥିର କରି ନେଇଥିବା ଅନୁମାନ କରାଯାଉଛି । ପଞ୍ଚାୟତ ନିର୍ବାଚନ ସମୟରେ ଏଭଳି ଫଟୋ ବାହାରେ ଘୂରି ବୁଲିବା ପରେ ରାଜନୈତିକ ବାତାବରଣ ସରଗରମ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login