The Ultimate Managed Hosting Platform
ADVERTISEMENT

ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ଦେହରାଦୁନ ଏବଂ ଦିଲ୍ଲୀ ମଧ୍ୟରେ ଚାଲିବ । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟ୍ରେନର ଉଦଘାଟନ କରିଛନ୍ତି । ଏହାପୂର୍ବରୁ ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଉତ୍ତରପ୍ରଦେଶର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୫୦୦୦ କୋଟି ଟଙ୍କା ଆସିଛି। ସେ କହିଛନ୍ତି ଯେ ଋଷିକେଶରୁ କର୍ଣ୍ଣପ୍ରୟାଗ ପର୍ୟ୍ୟନ୍ତ ୧୨୫ କିଲୋମିଟର ଲମ୍ବା ରେଳ ଲାଇନର କାମ ଚାଲିଛି। ଏହି ରେଳ ଲାଇନରେ ୧୦୪ କିଲୋମିଟର ସୁଡ଼ଙ୍ଗ ରହିଛି । ସେ କହିଛନ୍ତି ଯେ ରାଜ୍ୟ ପାଇଁ ଏହା ଏକ ଖୁସି ଖବର ଯେ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ଠାରୁ ଦେହରାଦୁନରୁ ଯାତ୍ରା ଆରମ୍ଭ କରୁଛି । ରେଳ ମନ୍ତ୍ରୀ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଲୋକଙ୍କୁ ସମ୍ବୋଧିତ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login