ଭୁବନେଶ୍ୱର : ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଉତ୍ତେଜନା । ବିଶ୍ୱ ବିଦ୍ୟାଳୟରେ ଜୟ ଭୀମ ଛାତ୍ର ସଂଗଠନକୁ ବିରୋଧ । ମାଡ ମାରିଥିବା ଜୟଭୀମ ସଦସ୍ୟଙ୍କୁ ଗିରଫ ଦାବି । ଏବିଭିପି , ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ । ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ । ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ଓ ୨ ଏସପି ନିୟୋଜିତ । ସୂଚନା ଅନୁସାରେ, ଗତକାଲି ଜୟଭୀମ ସଂଗଠନ ତରଫରୁ କାର୍ୟ୍ୟକ୍ରମ ନେଇ ପ୍ରାକ୍ ପ୍ରସ୍ତୁତି ଚାଲିଥିବା ବେଳେ ସଂଗଠନର କିଛି ପିଲାଙ୍କର ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ସହ ବଚସା ହୋଇଥିଲା । ଯାହାର ଆପୋସ ସମାଧାନ ପାଇଁ ଆଜି ଛାତ୍ର ସଂଗଠନ ପଚରାଉଚରା କରିବା ବେଳେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ଜଣେ ଛାତ୍ର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ୮ ଜଣ ମଧ୍ୟ ଆହତ ହୋଇଛନ୍ତି ।
Views: 25