ଭୁବନେଶ୍ୱର : ଚାଷୀ ମାନଙ୍କ ପାଇଁ ଖୁସି ଖବର । ଉତ୍କଳ ଦିବସରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ । ଚାଷୀ ମାନଙ୍କୁ ନବୀନ ଦେବେ ଭେଟି । ଆଜି ମିଳିବ କାଳିଆ ଟଙ୍କା । କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ପରିବାରକୁ କାଳିଆ ସହାୟତା ଦିଆଯିବ । ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରକୁ ମିଳିବ ଏହି ସହାୟତା । ଏଥିପାଇଁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିବେ ରାଜ୍ୟସରକାର । ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଝାରସୁଗୁଡା ଜିଲ୍ଲାରେ ଏବେ କାଳିଆ ସହାୟତା ମିଳିବ ନାହିଁ ।୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ୟ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟ ବଜେଟ୍ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି। ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।
ଉତ୍କଳ ଦିବସରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି

Facebook
Twitter
LinkedIn
Facebook
Twitter
LinkedIn
Recent News
ବଳଙ୍ଗା ପୀଡିତାଙ୍କ ଶେଷ ଦର୍ଶନ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ, ସତ୍ୟ ପଦାକୁ ଆସିବ
ବଳଙ୍ଗା : ବଳଙ୍ଗା ପୀଡିତାଙ୍କ ଶେଷ ଦର୍ଶନ ପରେ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା ।ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିଲେ , କିନ୍ତୁ ବଞ୍ଚାଇ...
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା ; ‘କେଉଁଠି ବେଞ୍ଚ ହେବ ଓକିଲ ସଂଘ ସ୍ଥିର କରନ୍ତୁ’
ଭୁବନେଶ୍ୱର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କେଉଁଠି ବେଞ୍ଚ ହେବ ଓକିଲ ସଂଘ ସ୍ଥିର କରନ୍ତୁ । ହାଇକୋର୍ଟ ବେଞ୍ଚ...
କୋଟିପତି ବୈାଦ୍ଧ MVI ଗିରଫ
ବୈାଦ୍ଧ : କୋଟିପତି ବୈାଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଗିରଫ କଲା ଭିଜିଲାନ୍ସ ।...
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ
ଝାଡଖଣ୍ଡ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ । ୮୧ ବର୍ଷ ବୟସରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ୪ ଦଶନ୍ଧିରୁ ଉଦ୍ଧ୍ୱର୍...