ଭୁବନେଶ୍ୱର : ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ ଘୋଷଣା । ଉଚ୍ଚ ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟକାରୀ ହେବ ଶକ୍ତିଶ୍ରୀ କାର୍ଯ୍ୟକ୍ରମ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ । ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୁନିଶ୍ଚିତ ଲକ୍ଷ୍ୟ । ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଛାତ୍ରୀମାନଙ୍କ ସଶକ୍ତୀକରଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବ । ମୁଖ୍ୟତଃ ୮ଟି ଦିଗକୁ ଗୁୁରୁତ୍ୱ ଦିଆଯିବ କହିଲେ ମୁଖ୍ୟମନ୍ତ୍ରୀ । ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଶକ୍ତିଶ୍ରୀ ଶଶକ୍ତୀକରଣ କେନ୍ଦ୍ର ସ୍ଥାପନ କରାଯିବ ।
ଏଥି ପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ଶକ୍ତିଶ୍ରୀ ମୋବାଇଲ ଆପ ମଧ୍ୟ କାର୍ଯ୍ୟ କରିବ । ଶକ୍ତିଶ୍ରୀ ମୋବାଇଲ ଆପରେ ଛାତ୍ରୀ ମାନଙ୍କୁ ସମସ୍ତ ତଥ୍ୟ ଦିଆଯିବ । ଯଦି ଛାତ୍ରୀ ଅସୁବିଧାରେ ପଡନ୍ତି ନାମ ଗୋପନ ରଖି ପଞ୍ଜୀକୃତ କରିପାରିବେ । ଶକ୍ତିଶ୍ରୀ ଆପର ଏସଓଏସ ବଟନ ବ୍ୟବହାର କରି ତୁରନ୍ତ ସାହାଯ୍ୟ ନେଇପାରିବେ । ସେଫ କ୍ୟାମ୍ପେନ ସହ କ୍ୟାମ୍ପସ ସୁରକ୍ଷା ରିପୋର୍ଟ ଡିସେମ୍ବର ୩୧ ସୁଦ୍ଧା ଦେବେ । ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ । ବର୍ଷକୁ ଥରେ ଶକ୍ତି ସ୍ୱରୂପିଣୀ ଏକଦିବସୀୟ କର୍ମଶାଳା ମଧ୍ୟ ହେବ ।
ଉଚ୍ଚ ଶିକ୍ଷା ଅନୁଷ୍ଠାନ ପାଇଁ “ଶକ୍ତିଶ୍ରୀ” , ମୁଖ୍ୟମନ୍ତ୍ରୀ କଲେ ଘୋଷଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











