The Ultimate Managed Hosting Platform
ADVERTISEMENT

ଇସ୍ରୋ ହିରୋଙ୍କୁ ଭେଟିଲେ ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ : ବିଦେଶ ଗସ୍ତରୁ ଫେରି ଇସ୍ରୋ ବୈଜ୍ଞାନକ ମାନଙ୍କୁ ଭେଟିଲେ ମୋଦି । ବେଙ୍ଗାଲୁର ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି । ଚନ୍ଦ୍ରୟାନ -୩ ମିଶନରେ ସଂପୃକ୍ତ ବୈଜ୍ଞାନିକଙ୍କୁ ଭେଟିଲେ । ଚନ୍ଦ୍ରୟାନ-୩ର ସଫଳତା ଲାଗି ବୈଜ୍ଞାନିକଙ୍କୁ ପ୍ରଶଂସା କଲେ । ଇସ୍ରୋ ମୁଖ୍ୟ ଏସ. ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡେଇଲେ ।
ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣଙ୍କ ଦର୍ଶନ କରିବାକୁ ଚାହୁଁଥିଲି । ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ । ଆପଣଙ୍କୁ ମୋର ସାଲ୍ୟୁଟ୍ । ଚନ୍ଦ୍ର ଅଭିଯାନ କୌଣସି ସାଧାରଣ ସଫଳତା ନୁହେଁ। ଆମେ ସେଠି ପହଞ୍ଚିଲୁ, ଯେଉଁଠି କେହି ପହଞ୍ଚି ନଥିଲେ। ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ, ଲଢୁଆ ଭାରତ। ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ।’
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ। ଏବେ ଚନ୍ଦ୍ରରେ ଭାରତ’। ଯେଉଁଠି ଚନ୍ଦ୍ରଯାନ-୩ ଅବତରଣ କଲା, ତା’ର ନାଁ ରଖିଛନ୍ତି ମୋଦି । ଚନ୍ଦ୍ରଯାନ ଅବତରଣ କରିଥିବା ସ୍ଥାନର ନାଁ ‘ଶିବଶକ୍ତି’ ରଖିଥିବା ବେଳେ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login