The Ultimate Managed Hosting Platform
ADVERTISEMENT

ଇସ୍ରାଏଲର ଆକ୍ରମଣ : ୬୮ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ଆକ୍ରମଣ । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୬୮ ଜଣଙ୍କ ମୃତ୍ୟୁ । ମୃତ୍ୟୁଙ୍କ ମଧ୍ୟରେ ୧୨ ମହିଳା ଓ ୭ ଶିଶୁ ଥିବା ସୂଚନା । ଏଯାବତ ଯୁଦ୍ଧରେ ୨୦ ହଜାରରୁ ଉଦ୍ଧ୍ୱର୍ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ । ଅଢେଇ ଲକ୍ଷ ନାଗରିକ ବିସ୍ଥାପିତ ହୋଇଥିବା ସୂଚନା ।


ଶିବିରର ଜଣେ ଶରଣାର୍ଥୀ କହିଛନ୍ତି ଯେ, ସେ ତାଙ୍କ ଘରେ ବସିଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ତା’ପରେ ହଠାତ୍ ସେମାନେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସୈନ୍ୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ସ୍ଥାନୀୟ ହସପିଟାଲ ପକ୍ଷରୁ କୁହାଯାଇଛି ଯେ, ଅତି କମରେ ୩୩ ଟି ମୃତଦେହ ମିଳିଛି। କ୍ୟାମ୍ପରେ ଥିବା ଏକ ଘର ଉପରେ ଆକ୍ରମଣ କରାଯାଇଥିଲା। ଉକ୍ତ ଘରେ ଅଧିକ ଲୋକ ଥିଲେ। ସେହି ଘରେ ମହିଳା ସହ ଛୁଆ ମଧ୍ୟ ରହିଥିଲେ। ବିମାନ ଆକ୍ରମଣରେ ଅଲ୍-ମଗାଜୀ ଶିବିରରେ ଥିବା ଘର ସବୁ ଭାଙ୍ଗି ଯାଇଥିବା କଥା ପାଲେଷ୍ଟିନୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଅଶରଫ୍ ଅଲ୍-କ୍ବିଦ୍ରା କହିଥିବା କଥା ନିଉଜ୍ ଏଜେନ୍ସି ‘ଏଏଫ୍ପି’ ରିପୋର୍ଟ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login