ଭୁବନେଶ୍ୱର : ବିଜେଡିରୁ ନିଲମ୍ବନ ପରେ ପ୍ରଫୁଲ୍ଲ କୁମାରଙ୍କ ପ୍ରତିକ୍ରିୟା । ମୁଁ ଇସ୍ତଫା ଦେବା ପରେ ମୋତେ ସସପେଣ୍ଡ କରାଯାଇଛି । ମୁଁ ନିଜର ବ୍ୟକ୍ତିଗତ କାରଣରୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଉପସଭାପତି ଦେବୀ ମିଶ୍ରଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲି। ଏହି ଇସ୍ତଫା ପତ୍ର ପାଇବା ପରେ ନିଲମ୍ବନ କରାଯାଇଥିବା କହୁଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଉପସଭାପତି ପ୍ରତାପ ଜେନାଙ୍କ ଏକ ଚିଠି ଜରିଆରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
Views: 61











