ନୂଆଦିଲ୍ଲୀ : ସୀମା ପାର ପ୍ରେମ କାହାଣୀ । ଯାହାକୁ ନେଇ ହେଉଛି ଏବେ ଚର୍ଚ୍ଚ । ପ୍ରଥମେ ସୀମା ଓ ପରେ ଅଞ୍ଜୁଙ୍କ ପ୍ରେମ କାହାଣୀ । ସୀମା ଆରପାରିରୁ ଅନେକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବଂ ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ କାହାଣୀ ଏବେ ସାରା ଦୁନିଆ ଜାଣିଛି । କିନ୍ତୁ ଏହି ଲଭ ଷ୍ଟୋରୀ ପରେ ଅନ୍ୟ ଜଣେ ପ୍ରେମିକାଙ୍କ ପ୍ରେମ ସଫଳ ହେବା ଆଗରୁ ଅଧାରେ ରହିଗଲା । ରାଜସ୍ଥାନ ଜୟପୁରରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ବିମାନବନ୍ଦରରୁ ଜଣେ ନାବାଳିକାଙ୍କୁ ଭୁଲ ପଦକ୍ଷେପରୁ ଅଟକା ଯାଇଛି । ନଚେତ ବିନା ଭିସା ଓ ପାସପୋର୍ଟରେ ପାକିସ୍ତାନ ଯାଇଥିଲେ ତାଙ୍କ ଜୀବନ ନ ଷ୍ଟ ହୋଇଯାଇଥାନ୍ତା ।
ସୀମା ହାଇଦର-ସଚିନ, ଅଞ୍ଜୁ-ନସରୁହ୍ଲା , ବାରବରା-ଶାଦବ ଙ୍କ ପରେ ଆଉ ଏକ ନୂଆ କାହାଣୀକୁ ନେଇ ଚର୍ଚ୍ଚା । ରାଜସ୍ଥାନ ଜୟପୁରରୁ ଜଣେ ୧୬ ବର୍ଷ ନାବାଳିକା ଝିଅକୁ ଉଦ୍ଧାର କରାଯାଇଛି, ଯିଏକି ପାକିସ୍ତାନ ଯିବାକୁ ବାହାରିଥିଲେ । ଏହି ନାବାଳିକାଙ୍କ ପ୍ରେମିକର ନାମ ଅସଲମ ଲାହୈାର । ଇନଷ୍ଟାଗ୍ରାମରୁ ହୋଇଥିଲା ବନ୍ଧୁତା । ବନ୍ଧୁତାରୁ ପ୍ରେମ ହେବା ପରେ ପାକିସ୍ତାନ ଯିବାକୁ ବାହାରିଥଲେ ନାବାଳିକା ।
ଲାହୈାର ନାବାଳିକାକୁ ପ୍ରେମରେ ଫସାଇ ଏୟାରପୋର୍ଟ ଯିବା ପାଇଁ ପ୍ରସ୍ତାବ ଦେଇଥିଲା । ଲାହୈାର କହିବା ପରେ ଏୟାରପୋର୍ଟରେ ପହଁଚିଥିଲା ନାବାଳିକା । ଏୟାରପୋର୍ଟରେ ପହଁଚି ପାକିସ୍ତାନର ଟିକେଟ ମାଗିଥିଲେ । ନାବାଳିକାଙ୍କ ପାଖରେ ପାସପୋର୍ଟ କିମ୍ବା ଭିସା ନଥିଲା । ଏହା ପରେ ନାବାଳିକାକୁ ପଚରାଉଚରା ପାଇଁ ପୋଲିସ ହିରାସତକୁ ନେଇଥିଲା । ବିମାନବନ୍ଦର ଷ୍ଟେସନରଏସଏଚଓ କହିଛନ୍ତି ଯେ ସିକରର ଶ୍ରୀମଦୋପୁର ନିବାସୀଙ୍କ ଝିଅ ଶୁକ୍ରବାର ଦିନ ଜୟପୁର ବିମାନବନ୍ଦରରେ ପାକିସ୍ତାନ ଯିବାକୁ ବିନା ପାସପୋର୍ଟରେ ପହଂଚିଛନ୍ତି । ପଚରାଉଚରା ସମୟରେ ଇନଷ୍ଟାଗ୍ରାମରେ ବନ୍ଧୁ ହୋଇଥିବା ଜଣେ ଯୁବକଙ୍କୁ ଭେଟିବା ପାଇଁ ସେ ବିମାନବନ୍ଦରକୁ ଆସିଛନ୍ତି ବୋଲି କହିଥିଲେ । ଏଥି ସହିତ ଜୟପୁରରୁ ପାକିସ୍ଥାନକୁ କୈାଣସି ବିମାନ ସମାନ ନୁହେଁ। ନାବାଳିକାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି।
ନାବାଳିକା ଜଣକ ପୋଲିସକୁ କହିଥିଲେ ଯେ ଦୁହେଁ ଏକ ବର୍ଷ ଧରି ସମ୍ପର୍କରେ ଥିଲେ। ଏହି ଅନଲାଇନ୍ ପ୍ରେମ କାହାଣୀରେ ପାକିସ୍ତାନୀ ବାଳକ ଏକ ମିଥ୍ୟା କାହାଣୀ ବୁଣା କରିଥିଲେ । କେଉଁ ଶବ୍ଦ ବ୍ୟବହାର କରିବାକୁ ପଡୁଥିଲା ତାହା ଶିଖାଇଥିଲା । ସେଠାରେ ପହଞ୍ଚିବା ପରେ ତୁମ ନାମ, କାମ ଏବଂ ତୁମେ କିପରି ଆସିଛ ତାହା କହିବାକୁ ପଡିବ । ସେ କହିଥିଲେ ଯେ ପାକିସ୍ତାନ ଆସିବା ପରେ ସେ ସମସ୍ତ ଖର୍ଚ୍ଚ ବହନ କରିବେ। ଝିଅଟି ଏହା ମଧ୍ୟ କହିଛି ଯେ ସେ ସୀମା ହାୟଦାର କିମ୍ବା ଅଞ୍ଜୁଙ୍କ ଦ୍ୱାରା ଅନୁପ୍ରାଣିତ ନୁହଁନ୍ତି। ସେ କେବଳ ଚାଟ୍ କରୁଥିଲେ, ଯାହା ବର୍ତ୍ତମାନ ପୋଲିସ ଏବଂ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଅନୁସନ୍ଧାନ କରାଯିବ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଅନେକ ଲୋକ କହିଛନ୍ତି ଯେ ଏଭଳି ଘଟଣା ପ୍ରକୃତରେ ପ୍ରେମ ହେଉ କିମ୍ବା କୈାଣସି ଷଡଯନ୍ତ୍ର, ତାହା କହିବା କଷ୍ଟକର।
ଇନଷ୍ଟାଗ୍ରାମରୁ ପ୍ରେମ କରି ପାକିସ୍ତାନ ଯିବା ପାଇଁ ଏୟାରପୋର୍ଟରେ ପହଁଚିଲେ ନାବାଳିକା , କିନ୍ତୁ ଜୀବନ ରକ୍ଷା କରିଦେଲା ପୋଲିସ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...