ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ଝଟକା । ଆଜି ସକାଳେ ଏକ ଭୟଙ୍କର ଭୂମିକମ୍ପରେ ଇଣ୍ଡୋନେସିଆ ଥରି ଉଠିଛି । ସୁଲାୱେସି ଅଞ୍ଚଳର ମିନାହାସା ଉପଦ୍ୱୀପରେ ଏହି ଭୂମିକମ୍ପ ହୋଇଛି, ଯାହାର ତୀବ୍ରତା ୬.୩ ରହିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) ଅନୁଯାୟୀ, ସକାଳ ୨.୨୦ ରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ୧୪୭ କିଲୋମିଟର ଗଭୀରତାରେ ଚିହ୍ନଟ କରାଯାଇଛି । ତେବେ ଗତ ୩ ମାସ ମଧ୍ୟରେ ଇଣ୍ଡୋନେସିଆରେ ଅନେକ ଥର ଭୂକମ୍ପ ଝଟକ ଅନୁଭୂତ ହୋଇଛି । ଦୁଇ ଦିନ ପୂର୍ବରୁ ମଧ୍ୟ ଇଣ୍ଡୋନେସିଆର ସେରାମରେ ଏକ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ମାପ କରାଯାଇଥିଲା ।
Views: 195











