ନୂଆଦିଲ୍ଲୀ : ଇଣ୍ଡୋନେସିଆର ବାନ୍ଦା ସାଗରରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୯ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ମୁତାବକ, ଇଣ୍ଡୋନେସିଆ ସମୟ ୧୦.୨୩ ରେ ବାନ୍ଦା ସାଗରରେ ଭୂକମ୍ପ ହୋଇଥିଲା । ସମୁଦ୍ରରେ ହୋଇଥିବା ଭୂକମ୍ପ ଯୋଗୁଁ ସୋମଲାକି ସହର ଦୋହଲିଯାଇଛି । ଭୂକମ୍ପରେ ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତି ହେବା ଖବର ମିଳିନାହିଁ । ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗର ରିଙ୍ଗ ଅଫ ଫାୟର ଉପରେ ରହିଛି । ତେଣୁ ଭୂକମ୍ପ ସବୁବେଳେ ଆସିଥାଏ । ରିଙ୍ଗ ଅଫ ଫାୟର ପ୍ରଶାନ୍ତ, କୋକୋସ, ଭାରତୀୟ- ଅଷ୍ଟ୍ରେଲିଆ, ଜୁଆଡ ଡେ ଫୁକା, ନାଜକା, ଉତ୍ତର ଆମେରିକା ଏବଂ ଫିଲିପିନ ଟେକ୍ଟୋନିକ ପ୍ଲେଟସ ପରସ୍ପର ସହ ଜଡିତ ରହିଛି ।
Views: 83