ନୂଆଦିଲ୍ଲୀ : ମିଳିତ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଜବରଦସ୍ତ ଝଟକା। ବଡ ଝଟକା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢିବ କହିଲେ ଦିଦି। କୈାଣସି ସହଯୋଗୀ ଦଳ ସହ ଆସନ ବୁଝାମଣା ହେବନି କହିଲେ। ଆସନ ବଣ୍ଟନ ପ୍ରକ୍ରିୟାରେ ନିୟୋଜିତ ଥିବା ‘ଭାରତ’ ମେଣ୍ଟର କାର୍ୟ୍ୟକୁ ସେ ନାପସନ୍ଦ କରିଛନ୍ତି । ଏକାକୀ ଲୋକସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସମୟରେ ସେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ।
କଂଗ୍ରେସକୁ ଟାର୍ଗେଟ କରି ମମତା ବାନାର୍ଜୀ କହିଛନ୍ତି ଯେ , ଟିଏମସି ଯାହା ପ୍ରସ୍ତାବ ଦେଲା ତାକୁ ଆଦୌ ବିଚାର କରାଗଲା ନାହିଁ । ଏହାବ୍ୟତୀତ ରାହୁଲ ଗାନ୍ଧୀଙ୍କ ନାଁ ନନେଇ ପରୋକ୍ଷରେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନ୍ୟାୟ ଯାତ୍ରା ହେବାକୁ ଥିବାବେଳେ ତାଙ୍କ ପାଖରେ କୌଣସି ଖବର ନାହିଁ କି ତାଙ୍କୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ । ତେଣୁ ମେଣ୍ଟରେ ସେ ସମ୍ପୃକ୍ତ ଥାଇ ବି କିଛି ଲାଭ ନାହିଁ । ତେଣୁ ସେ ଏଥିରୁ ଦୂରତା ରକ୍ଷା କରିବାକୁ ଚାହୁଁଥିବା କହିଛନ୍ତି ।
Views: 91











