କରୋନାଭାଇରସ୍ ର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ର ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଏହା ଏକ ଚିନ୍ତାର ବିଷୟ ପାଲଟିଛି। ମହାରାଷ୍ଟ୍ରରେ ଓମିକ୍ରନର ଆଉ ୬ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଯାହାପରେ ମୋଟ ଭାରତରେ ଏହି ମାମଲା ୧୫୧ କୁ ବୃଦ୍ଧି ପାଇଛି।

ଏପର୍ଯ୍ୟନ୍ତ ୧୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ- ମହାରାଷ୍ଟ୍ର (୫୪), ଦିଲ୍ଲୀ (୨୨), ରାଜସ୍ଥାନ (୧୭), କର୍ଣ୍ଣାଟକ (୧୪), ତେଲେଙ୍ଗାନା (୨୦), କେରଳ (୧୧), ଗୁଜୁରାଟ (୯) ଆନ୍ଧ୍ରପ୍ରଦେଶ (୧), ଚଣ୍ଡିଗଡ଼ (୧), ତାମିଲନାଡୁ (୧) ଏବଂ ପଶ୍ଚିମବଙ୍ଗ (୧) ଓମିକ୍ରନ୍ ର ରୋଗୀ ଚିହ୍ନଟ ହୋଇଛନ୍ତି।
ରବିବାର ଦିନ ଓମିକ୍ରନ୍ରେ ୬ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ରାଜ୍ୟରେ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୫୪ କୁ ବୃଦ୍ଧି ପାଇଛି। ଏହି ରୋଗୀଙ୍କ ମଧ୍ୟରୁ ଦୁଇଜଣ ତାନଜାନିଆ ଯାତ୍ରା କରିଥିଲେ। ଏଥିସହିତ ଦୁଇଜଣ ଇଂଲଣ୍ଡରୁ ଫେରିଥିବା ବେଳେ ଜଣେ ପଶ୍ଚିମ ଏସିଆ ଯାତ୍ରା କରିଛନ୍ତି। ଏମାନେ ସମସ୍ତ ସମ୍ପୂର୍ଣ୍ଣ ଟୀକା ନେଇଛନ୍ତି।
ବିଭାଗ ସୂତ୍ରରୁ ପ୍ରକାଶ, ଅନ୍ୟ ଜଣେ ରୋଗୀ ପୁଣେର ଜୁନାରର ପାଞ୍ଚ ବର୍ଷର ଶିଶୁ, ଯିଏ ଜୁନ୍ନରର ଦୁବାଇ ଯାତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିଲା। ବିବୃତ୍ତିରେ କୁହାଯାଇଛି, ‘ଓମିକ୍ରନର ୬ ଟି ନୂଆ ମାମଲା ସାମ୍ନାକୁ ଆସିଛି – ସେଥିମଧ୍ୟରୁ ମୁମ୍ବାଇ ବିମାନବନ୍ଦରରେ ଯାଞ୍ଚ ସମୟରେ ଚାରିଜଣ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା। ଏହି ଚାରିଜଣ ରୋଗୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମୁମ୍ବାଇର। ଦୁଇଜଣ କର୍ଣ୍ଣାଟକର ଏବଂ ଅନ୍ୟ ଜଣେ ଅରଙ୍ଗାବାଦର। ରାଜ୍ୟରେ ରିପୋର୍ଟ ହୋଇଥିବା ମୋଟ ୫୪ ଟି ମାମଲା ମଧ୍ୟରୁ ୨୨ ଟି ମାମଲା ମୁମ୍ବାଇରେ ପ୍ରମାଣିତ ହୋଇଛି।