ଭୁବନେଶ୍ୱର : ଆସିଲା ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ । ଆଜି ୨ ଲକ୍ଷ ୩୦ ହଜାରରୁ ଉଦ୍ଧ୍ୱର୍ ମହିଳାଙ୍କୁ ମିଳିଲା ଟଙ୍କା । ପାଖାପାଖି ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଥିବା ନେଇ ପ୍ରାଥମିକ ଭାବରେ ସୂଚନା ମିଳିଛି । ଦିନ ୧୨.୩୦ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ଏହାସହ ଆଉ ଦିନକ ପରେ ପୁଣି ଥରେ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତିର ଟଙ୍କା ମିଳିବ । ସେପଟେ, ଏହିମାସ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ରାଜ୍ୟ ସରକାର ।
Views: 19