The Ultimate Managed Hosting Platform
ADVERTISEMENT

ଆସନ୍ତା ୨୬ରୁ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ୟୁନିଟ୍-୧ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’। ଅଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍ଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ଏହାସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ଏଥିପାଇଁ ପ୍ରସ୍ତୁତି କାର୍ୟ୍ୟ ଶେଷପର୍ୟ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ମେଳା ପରିସରରେ ୧୦୭ଟି ଷ୍ଟଲ୍ରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ୧୦ଟି ଘର ବା ଆଦିବାସୀ ଗ୍ରାମରେ ଝଲସିବ ଜନଜାଜତିଙ୍କ ଜୀବନଶୈଳୀ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପୃଷ୍ଠପୋଷକତାରେ ଏହି ମେଳା ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ମେଳା ଜାନୁଆରୀ ୨୬ ତାରିଖରୁ ଫେବୃଆରୀ ୫ତାରିଖ ପର୍ୟ୍ୟନ୍ତ ୧୧ଦିନ ଚାଲିବ। ଅପରାହ୍ଣ ୨ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ। ୧୯୫୧ ମସିହାରୁ ଏହି ମେଳା କଟକରେ ଅନୁଷ୍ଠିତ ହେଉଥିବାବେଳେ ୧୯୫୪ ମସିହାରେ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login